ବାଲେଶ୍ୱର,୬/୨(ଲକ୍ଷ୍ମୀଧର ବାରିକ): ସର୍ବ ଭାରତୀୟ ଦୃଷ୍ଟିହୀନ ବାଳକ ଫୁଟବଲ୍ ପ୍ରତିଯୋଗିତା ବାଙ୍ଗାଲୋର ସ୍ଥିତ ସାଥାନୁର ଷ୍ଟାଡିୟମରେ ଜାନୁୟାରୀ ମାସ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର +୨ ଦ୍ଵିତୀୟ ବର୍ଷ କଳା ଛାତ୍ର ଦେବଦତ୍ତ ବେହେରା ଅଂଶ ଗ୍ରହଣ କରିଥିଲେ। ସେ ଲିଗ୍ ଓ କ୍ୱାଟର ମ୍ୟାଚ ଜିତି ପରିଶେଷରେ ସେମି ଫାଇନାଲରେ ଦଳଗତ ସ୍ତରରେ ହାରି ଯାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ। ଦେବଦତ୍ତ ଜଣେ ମେଧାବୀ ଛାତ୍ର। ସେ ପାଠ ପଢା ସହିତ ଫୁଟବଲ୍ ଖେଳ ପ୍ରତିଦିନ ଅଭ୍ୟାସ କରନ୍ତି। ଆଗକୁ ସେ ଜାତୀୟ ସ୍ତରୀୟ ଦୃଷ୍ଟିହୀନ ବାଳକ ଫୁଟବଲ୍ ପ୍ରତିଯୋଗିତାରେ ଜିତି ଅଲମ୍ପିକ୍ସ ଓ ଏସିଆ କପ୍ ଫୁଟବଲ୍ ପ୍ରତିଯୋଗିତାରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା, ଉପାଧ୍ୟକ୍ଷ ତଥା କ୍ରୀଡା ଉପ ସଭାପତି ଡକ୍ଟର ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ ଡକ୍ଟର ଭାଗବତ ଭୂୟାଁ, ଆକାଡେମିକ ବର୍ଷାର ଅଧ୍ୟାପିକା ସୋନାଳିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଅଞ୍ଜନା ବେହେରା, ଆକାଉଣ୍ଟ ବର୍ଷାର ଶ୍ରୀ କୁଞ୍ଜ ବିହାରୀ ମହାନ୍ତି, ସେକ୍ସନ ଅଧିକାରୀ ଶ୍ରୀ ବଳରାମ ନାଏକଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ସ୍ତରୀୟ ଦୃଷ୍ଟିହୀନ ବାଳକ ଫୁଟବଲ୍ ପ୍ରତିଯୋଗିତା ରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ରଙ୍କ ସଫଳତା
ଆଜତକ ଓଡ଼ିଶା
0
Post a Comment