କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର କୋମନା ଥାନା ବୁଦ୍ଧିକୋମନା ଠାରେ ଗଞ୍ଜେଇ ଚୋରାଚାଳଣ କରିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କୋମନା ଥାନା ଅନ୍ତର୍ଗତ ତରବୋଡ଼ ଗ୍ରାମର ସୁରେନ୍ଦ୍ର ଦୀପ(୨୪) ଏବଂ ତାଙ୍କର ଜଣେ ସହଯୋଗୀ । ସୂଚନା ଅନୁଯାଇ କୋମନା ଥାନା ବୁଦ୍ଧିକୋମନା ଠାରେ (ଓଡ଼ି୨୬ ଏଫ୫୦୯୪) ବାଇକରେ ସୁରେନ୍ଦ୍ର ଦୀପ ଏକ ବସ୍ତାରେ ଗଞ୍ଜେଇ ଚୋରାଚାଲଣ କରୁଥିଲେ। ଖବର ପାଇ ନୂଆପଡ଼ା ଅବକାରୀ ଇନିସପେକ୍ଟର ସୁରେଶ ଚନ୍ଦ୍ର ତାଣ୍ଡିଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୨୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି ବିଭାଗ ସୂଚନା ଦେଇଛି। ଏହି ଚଢ଼ାଉରେ ଏସଆଇ ଅଲେଖ ପଟେଲ, କନଷ୍ଟେବଳ ଗିରେନ୍ଦ୍ର କଟା, ଭଗବାନ ହଂସ ସାମିଲ ହୋଇଥିଲେ ।

Post a Comment