ସୋନପୁର: ୧୪/୧୨ (ଆଜ ତକ ଓଡିଶା) ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡକ୍ରସ ଭାଇସଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ଙ୍କ ମାର୍ଗଦର୍ଶନରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର ଦ୍ଵିତୀୟ ଦିନରେ ପଂଚାୟତ ହାଇସ୍କୁଲ ମୟାବର୍ହା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତସଂଯୋଜନା କରିଥିବାବେଳେ, ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ରକ୍ତବୀର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସୋନପୁର ମହାନଦୀଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠlତା ପ୍ଲାବନ ମହାପାତ୍ର, ସୋନପୁର ପୂର୍ବତନ ଜେଆରସିଓ ସୁରେଶ ପଧାନ, ବଲାଙ୍ଗୀର ପୂର୍ବତନ ଜେଆରସିଓ ସୁବାଷ ଚନ୍ଦ୍ର ପଟେଲ, ଏସ.ରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ହୋତା, ଗଜବନ୍ଧ ହାଇସ୍କୁଲ ପ୍ରଧାନଶିକ୍ଷକ ପଂଚାନନ କମ୍ପ, ସମଲେଇଚୁଆଁ ହାଇସ୍କୁଲ ପ୍ରଧାନଶିକ୍ଷକ ଲୋକନାଥ ମେହେର ପ୍ରମୁଖ ଯୋଗଦାନ କରିଥିଲେ । କହିବା ଆଗରୁ କରିଦେଖାଇବା: ଜାତୀୟପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ସର୍ବପ୍ରଥମେ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ତଥା ଜିଲ୍ଲା ସ୍କାଉଟର ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଉଭୟେ ରକ୍ତଦାନ କରି ଉକ୍ତି କୁ ସାର୍ଥକ କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ରକ୍ତଦାତା: ଜୁନିୟର ରେଡକ୍ରସ କାଉନସିଲର ହେମନ୍ତ ମେହେର, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମାହାପାତ, ଗୋପେଶ ପଣ୍ଡା, ହୃଶିକେଶ ଚାନ୍ଦ , ଜଗଦୀଶ ଦାଶ, ହୃଷିକେଶ ଦେହୁରୀ, ସୁନିଲ ସେଠ, ନରେନ୍ଦ୍ର ପୁରୋହିତ, ପଂଚାନନ ମେହେର, ମାୟାବର୍ହା ହାଇସ୍କୁଲ ଶିକ୍ଷକ ନନ୍ଦୀ ଘୋଷ ବାରିକ, ବିଭିଷଣ ଖମାରୀ, ବଲାଙ୍ଗୀର ହରଭଙ୍ଗା ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ, ପ୍ରଭାକର ଛନ୍ଦ ଆଲୁମିନି ସୁନିଲ ପଧାନ, କିରଣ କୁମାର ପୁଟେଲ, ସୁଜିତ ପୂଜାରୀ , ଘନଶ୍ୟାମ ମେହେର, ସମୀର ପଧାନ, ବିଶ୍ୱନାଥ ପାଣିଗ୍ରାହୀ, ଆଶିଷ ନାଏକ, ସୁବ୍ରତ ସାହୁ, ସନ୍ତୋଷ ପଧାନ, ଗଜାନନ ପଧାନ, ଶୁଶ୍ରୀରାଣୀ ବଡପଣ୍ଡା, ପ୍ରଣତୀ ପଧାନ, ତଥା ଅନ୍ୟମାନେ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ବଲାଙ୍ଗୀର ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଶିବିରରେ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରକାଶଥାଉକି, ରେଡକ୍ରସର ମୂଳମନ୍ତ୍ରରେ ପ୍ରଭାବିତ ହୋଇ ପ୍ରଥମ ଥର ପାଇଁ ଶିବିରରେ ୨୮ ଜଣ ସ୍ୱେଚ୍ଚାସେବୀ ରକ୍ତଦାନ କରିଥିଲେ । ରକ୍ତଦାନ ମହତ ଦାନ ଓ ରକ୍ତର ବିକଳ୍ପ ନାହିଁ ଭଳି ମହତ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ରକ୍ତଦାତା ମାନଙ୍କୁ ସୁବର୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ପ୍ରଶଂସା କରିବା ସହିତ ଶୁଭେଚ୍ଚା ଜଣାଇଥିଲେ ।

Post a Comment