କୋରାପୁଟ : ସାରା ରାଜ୍ୟରେ ଏବେ ଶୀତର ଲହରୀ । ସକାଳ ସମୟରେ ଅଳ୍ପ କିଛି ସ୍ଥାନରେ କୁହୁଡ଼ି ଥିବା ଦେଖିବାକୁ ମିଳିଛି । ବହୁ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଏବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଆସିଛି । ସ୍ଥାନୀୟ କୋରାପୁଟରେ ପ୍ରବଳ ଶୀତର ଲହରୀ ଯାହା ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଅଛି । ସନ୍ଧ୍ୟା ୫ ହେବା କ୍ଷଣି ସ୍ଵେଟର, ମାଫଲେଟ୍ ନ ପିନ୍ଧି ବାହାରକୁ ବାହାରିବାକୁ ଲୋକଙ୍କୁ କଷ୍ଟ ହୋଇପଡୁଅଛି । ଅସହ୍ୟ ଥଣ୍ଡା କାକରରୁ ରକ୍ଷା ପାଇବା ସକାଶେ ସ୍ଥାନେ ସ୍ଥାନେ କିଛି ଜାଗାରେ ଲୋକେ ନିଆଁ ଜ୍ୱାଳା ଲଗାଇ ବସି ଶରୀରକୁ ଉଷୁମ ନେଉଥିବା ଦେଖାଦେଇଅଛି ।
![]() |
Pepar Cutting |
Post a Comment