ରିପୋର୍ଟର : ସୁଶାନ୍ତ କୁମାର ବେହେରା
ବୌଦ୍ଧ (ଆଜତକ୍ ଓଡ଼ିଶା).ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସାତୋକୋଶିଆ ଅଭୟରଣ୍ୟରେ ତା ୧୫/୧୨/୨୦୨୧ ଠାରୁ ୨୩/୧୨/୨୦୨୧ ପଯ୍ୟନ୍ତ ଅଭୟରଣ୍ୟ ମଧ୍ୟରେ ଥିବା ପଦ୍ମତୋଳା, ସାତୋକୋଶିଆ,ବାଇଶିପଡ଼ା, ଗଣିଆ, ବଡ଼ମୁଲ,ସୀତଲପାଣି, ଛାମୁଣ୍ଡିଆ,ଵାଣିଗୋଚ୍ଛା ଓ ହରଭଙ୍ଗା ଅଂଚଳ ରେ ଥିବା କୁସଙ୍ଗ ବନ୍ୟପ୍ରାଣୀ ସମସ୍ତ ଜଙ୍ଗଲ ଓ ମାଧପୁର ରେଞ୍ଜ ଅଧୀନରେ ଥିବା ସାତଖଣ୍ଡ, ତଳଗାଁ, ଗଣ୍ଡାପାଜୁ ଆଦି ୩୬ଟି ବିଟ୍ ଅଂଚଳରେ ଆଜିଠାରୁ ୩୬ଟି ୟୁନିଟ କରାଯାଇ ୧୮୦ ଜଣ କର୍ମଚାରୀ ଏହି ଗଣନା ସାହାଯ୍ୟ ରେ ସାମିଲ ହେବେ ଏବଂ ପ୍ରତି ଟିମରେ ୫ଜଣ ଲେଖାଏଁ ସଦସ୍ୟ ରହିବେ ବୋଲି ନୟାଗଡ଼ ବନ୍ୟପ୍ରାଣୀ ବିଭାଗ ଡି. ଏଫ. ଓ. ସମୀର କୁମାର ସଥପଥି ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ।ଅଭୟରଣ୍ୟ ଭିତରେ କ୍ୟାମେରା ଲଗାଯିବ ସହ ବାଇନାକୁଲର ପ୍ରଭୁତି ସରଞ୍ଜାମ ବ୍ୟବହାର କରାଯିବ। ଏହି ଗଣନା କାଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିବା ଡି. ଏଫ. ଓ. ଶ୍ରୀ ସଥପଥି ପ୍ରକାଶ କରିଛନ୍ତି।
Post a Comment