ପ୍ରାଣୀ ପାଳକଙ୍କ ମନରେ ଖୁସିର ଲହରୀ
ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପ୍ରାଣୀ ଚିକିତ୍ସାଳୟ ରେବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାଧିକାରୀ ପଦ କୁ ଆଜି ଡା. ମିଲିନ ରାଉତ ନୂତନ ଭାବରେ ଯୋଗ ଦେଇ ଖାଲି ସ୍ଥାନ ପୁରୁଣ କରିଛନ୍ତି। ଡା. ରାଉତ ଭୁବନେଶ୍ୱର ପ୍ରାଣୀ ଚିକିତ୍ସାମହାବିଦ୍ୟାଳୟ ରୁ ୨୦୨୦ରେ ଗ୍ରାଜୁଏସନ ପାସ କରି ପ୍ରାଣୀ ପ୍ରଜନନ ବିଭାଗରେ ସ୍ନାତକ କରୁଥିଲେ ଏବଂ ଓ. ପି. ଏସ. ସି. ମାଧ୍ୟମରେ ସେ ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବର ଆଜି ନିଯୁକ୍ତି ହୋଇଛନ୍ତି!ସେ ଆମ ପୁରୁଣା କଟକ ଅଂଚଳ ଚାରିଛକ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ଦାମୋଦର ରାଉତ ଙ୍କ ସୁକନ୍ୟା ଓ ପୁରୁଣା କଟକ ଶୁଶୁଵିଦ୍ୟାମନ୍ଦିର ରପୁରାତନ ଛାତ୍ରି ଅଟନ୍ତି। ଆଜି ଡା. ମିଲିନ ଙ୍କ ସ୍ୱାଗତ ପାଇଁ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର କହଁର, ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ, ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ସହିତ, ଧଳପୁର ପ୍ରାଣୀ ନିରୀକ୍ଷକ ନାରାୟଣ ବାରିକ ଓ ହରଭଙ୍ଗା ପ୍ରାଣିଚିକିତ୍ସାଳୟ ର ସମସ୍ତ କର୍ମୀଚାରୀ ମାନେ ଉପସ୍ଥିତ ରହିଥିଲେ।
Post a Comment