ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ କଣ୍ଟାବାଞ୍ଜି ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ ଅନୁଷ୍ଠିତ


ବଙ୍ଗୋମୁଣ୍ଡା, ୧୪।୧୨ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ କଣ୍ଟାବାଞ୍ଜି ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ରେ ଭାଲୁମୁଣ୍ଡା ହନୁମାନ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ମଶାଲ ଆଣିଥିଲେ। ଏହି କାର୍ଯ୍ୟକ୍ରମ ରେ ସଙ୍କୁଳସ୍ତରୀୟ ସଂଯୋଜକ ତେଜକୁମାର ସାହୁ ଙ୍କ ସଭାପତିତ୍ୱ ଓ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଧନଞ୍ଜୟ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଡମ୍ବରୁଧର ତାଣ୍ଡି,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ, ଶିଶୁ ମନ୍ଦିର ର ଉପସଭାପତି ରାଧେଶ୍ୟାମ ମେହେର, କ୍ରୀଡ଼ା ପ୍ରମୁଖ ଡମ୍ବରୁଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳ କୁଦ ସମାରୋହ ରେ କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ବଙ୍ଗୋମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଘାଗୁର୍ଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଲାଠୋର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନାବାହାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କୁଣ୍ଡାବୁଟୁଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଲର୍କୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ବେଳପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଭାଇ ଭଉଣୀ ମାନେ ବିଭିନ୍ନ ପ୍ରତିଯୋଗିତା ଭାଗ ନେଇଥିଲେ । ୧୦୦ ମିଟର,୨୦୦ ମିଟର,୪୦୦ ମିଟର,୬୦୦ ମିଟର,୮୦୦ ମିଟର,୧୫୦୦ ମିଟର,୩୦୦୦ ମିଟର,୫୦ ମିଟର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଲାଫିଙ୍କା,ଡିସକସ ଥରୋ,ସଟପୁଟ,ଥାଳିଆ ଫିଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ପ୍ରଧାନ ଆଚାର୍ଯ୍ୟ ତେଜକୁମାର ସାହୁ, ଅଶୋକ ବେହେରା, ଜଗଦୀଶ ପୁଟେଲ, କନ୍ଦର୍ପ ଦାସ, ହମିଦ ପାଢ଼ୀ, ସ୍ରୋତସ୍ୱିନୀ ହୋତା,ସିଦ୍ଧାର୍ଥ ପାଣିଗ୍ରାହୀ, ତ୍ରିଲୋଚନ ସାହୁ,ଧନଞ୍ଜୟ ଦାସ, ରାଜେନ୍ଦ୍ର ବଏ ଙ୍କ ସହ ବିଭିନ୍ନ ଶିଶୁ ମନ୍ଦିର ର ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post