ଭବାନୀପାଟଣା ୨୬/୧୧ (ଆଜତକ ଓଡ଼ିଶା) ଭୂଲ ପ୍ଯାଥୋଲାବ ରିପୋର୍ଟ ପାଇଁ ଜଣେ ବ୍ଯକ୍ତି ଅଯଥା ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରୋଗୀଙ୍କ ପୁଅ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଓ ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମର ବିକାଶ ସରାଫ ତାଙ୍କ ବାପା ରାଧାମୋହନ ସରାଫଙ୍କ ଦେହ ଅସୁସ୍ଥ ହେବାରୁ ଜୁନାଗଡ଼ ଡାକ୍ତରଖାନାକୁ ନେଇଥିଲେ। କର୍ତ୍ତବ୍ୟରତ ଡାକ୍ତର ରୋଗୀଙ୍କୁ ଦେଖିବା ପରେ ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ସେଦିନ ଡାକ୍ତରଖାନା ରକ୍ତ ପରୀକ୍ଷା କେନ୍ଦ୍ର ବନ୍ଦ ଥିବାରୁ ନିକଟରେ ଥିବା ଅମ୍ଵିକା ପ୍ଯାଥୋଲୋଜିରେ ବିକାଶ ତାଙ୍କ ବାପାଙ୍କ ରକ୍ତ ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ସଂଗ୍ରହ କରି ଡ଼ାକ୍ତରଙ୍କୁ ଦେଖାଇଥିଲେ। ରିପୋର୍ଟରେ ମ୍ୟାଲେରିଆ ଓ ଡେଙ୍ଗୁ ପଜିଟିଭ ଥିବା କହି ଡାକ୍ତର ତୁରନ୍ତ ରୋଗୀଙ୍କୁ କୌଣସି ବଡ଼ ଡ଼ାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ଜୀବନ ବିକଳରେ ଭୂବନେଶ୍ଵର ସମ ହସ୍ପିଟାଲକୁ ନେଇଥିଲେ। ସେଠାରେ ମଧ୍ୟ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଲ୍ଯାବ ରିପୋର୍ଟ ଦେଖି ରୋଗୀଙ୍କୁ କୌଣସି ପ୍ରକାର ଡେଙ୍ଗୁ କିମ୍ବା ମ୍ୟାଲେରିଆ ହୋଇନାହିଁ । କେବଳ କ୍ତ ଚାପ ବଢ଼ିଛି ବୋଲି ସେଠାକାର ଡାକ୍ତର କହିଥିଲେ ବୋଲି ବିକାଶ ସରାଫ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଭୂଲ ପ୍ଯାଥୋଲାବ ରିପୋର୍ଟ ପାଇଁ ଅଯଥାରେ ଖର୍ଚ୍ଚାନ୍ତ ହୋଇଥିବା ସେ ଦର୍ଶାଇ ଭୂଲ ରିପୋର୍ଟ ପାଇଁ ସଂପୃକ୍ତ ପ୍ଯାଥୋଲୋଜି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ରୋଗୀର ଚିକିତ୍ସା କ୍ଷେତ୍ରରେ ରକ୍ତ ନମୁନା ପରୀକ୍ଷା ଗୁରୁତ୍ୱ ରହିଛି। ଅନେକ ଜଟିଳ ରୋଗ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ଅନୁଯାୟୀ ଚିକିତ୍ସା କରାଯାଏ। ଯଦି ରକ୍ତ ନମୁନା ରିପୋର୍ଟ ଭୂଲ ବାହାରିବ ତେବେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଅକାଳରେ କାହାର ମୃତ୍ୟୁ ନହେଉ। ତେଣୁ ଏଭଳି କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

Post a Comment