ରାଜ୍ୟ ସ୍ଥରୀୟ ସୁରଭି ପ୍ରତିଯୋଗିତା ରେ ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ


ଖୋର୍ଦ୍ଧା: ୨/୧୧ (ଆଜତକ୍ ଓଡ଼ିଶା) ଖୋର୍ଦ୍ଧା ବିଜେବି ବିଦ୍ୟାଳୟ ଠାରେ କୁନି କୁନି ପିଲା ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଏହି କାର୍ଯ୍ୟ କର୍ମରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ତରାଇ ,ଜଟଣୀ ବିଧାୟକ ଶ୍ରୀଯୁକ୍ତ ବିଭୂତି ବଳବନ୍ତ ରାୟ, ଜୟଦେବ ବିଧାୟକ ନବକିଶୋର ମଲିକ, ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ସାହୁ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ଗୁମାଙ୍ଗସିଂ, ଏବଂ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ଯୋଗଦେଇ ପ୍ରଭୁ ଶ୍ରୀ ଗଣେଶ ଙ୍କ ପାଖରେ ଦୀପ ପ୍ରଯୋଳିତ କରି ଏହି ସୁରଭି କାର୍ଯ୍ୟକର୍ମ ଟିକୁ ଉଦ୍ଘାଟନ କରିଥିଲେ , ଏବଂ ତାଙ୍କର ଅଭି ଭାଷଣ ରଖି ପିଲା ମାନଙ୍କୁ ଉଶ୍ରାହିତ କରିଥିଲେ, ଶେଷରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ କ୍ରିତୀ ଲାଭ କରିଥିବା କିଛି ଛାତ୍ର ଛାତ୍ରୀ ଙ୍କୁ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଭିର୍ଣ୍ଣକ୍ଷମ ଛାତ୍ରୀ ପ୍ରିୟାଂଶୀ ମହାରଣା ଜିଲ୍ଲା ସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ଏବଂ ସେହି ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଯୋତ୍ରିମୟୀ ଭୁଆଁ ସୁଜନ ସିଳ ଲେଖନ ରେ ପ୍ରଥମ ସ୍ଥାନରେ ଉତିର୍ଣ୍ଣ ହୋଇ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ଚୟନ ହୋଇଥିବାରୁ ବିଦ୍ୟାଳୟର ନାମକୁ ଉଚ୍ଚ କରିଥିବାରୁ ଏହି ଦୁଇଟି ମେଧାବୀ ଛାତ୍ରୀଙ୍କ ଉପରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ସି. ଆର. ସି ଏବଂ ତାଙ୍କ ପରିବାରର ଲୋକେ ଗର୍ବ ଅନୁଭବ କରିବା ସହ ଆର୍ଶୀବାଦ ପ୍ରଦାନ କରିଛନ୍ତି । ତାହା ସହିତ ସପ୍ତମ ଶ୍ରେଣୀର ଭିର୍ଣ୍ଣକ୍ଷମ ଛାତ୍ରୀ ପ୍ରିୟାଂଶୀ ମହାରଣା ଜିଲ୍ଲା ସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଉତିର୍ଣ୍ଣ ହୋଇ ରାଜ୍ୟ ସ୍ତରୀୟରେ ଚୟନ ହୋଇଥିବାରୁ ପ୍ରିୟାଂଶୀ ଙ୍କ ପିତା ସମାଜ ସେବୀ , ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ନିମାଇଁ ଚରଣ ମହାରଣା ଝିଅ ପ୍ରିୟାଂଶୀ ଉପରେ ଖୁସି ହୋଇ ଗର୍ବ ଅନୁଭବ କରିବା ସହ ଆର୍ଶୀବାଦ ପ୍ରଦାନ କରିଛନ୍ତି । ଓ ତାହା ସହିତ ସେ କିପରି ଆଗକୁ ସଙ୍ଗୀତରେ ରାଜ୍ୟ ସ୍ତରୀୟ ରେ କ୍ରୀତି ଲାଭ କରିବ, ସେଥି ଲାଗି ତାକୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Post a Comment

Previous Post Next Post