କେନ୍ଦ୍ରାପଡା (ଆଜତକ୍ ଓଡ଼ିଶା) ଆଲୋକର ପର୍ବ ଦୀପାବଳି ଗାଁରୁ ସହର ସବୁ ଆଡେ ଉତ୍ସବ ମୁଖର କିନ୍ତୁ ଏମିତି ସମାଜରେ ଲୋକ ଅଛନ୍ତି ଯାହାଙ୍କ ଜୀବନ ଏବେ ବି ମଧ୍ୟ ଅନ୍ଧକାର ମାୟାରେ ରହିଛି ଦୁଇ ଓଳି ଦୁଇ ମୁଠା ଖାଇବା ଏମାନଙ୍କ ପାଇଁ ସ୍ବପ୍ନ ପାଲଟିଛି ଯାହା ଘର ଛପର ଚାଳ ଘରୁ ସୂର୍ଯ୍ୟଙ୍କର ଚିକିମିକିଆ ଆଲୋକ ଦେଖାଗଲାଣି ତ କାହାର ଚାଳ ଛପର ଘରର ଉପରେ ପାଲ ଖଣ୍ଡିଏ ପକେଇବାକୁ ସଂଘର୍ଷ କରୁଛି। ସମୟ ଚକ୍ରରେ ମଣିଷ ବନ୍ଧା ଏହା ମଧ୍ୟ ତାହା ବାରମ୍ବାର ପ୍ରମାଣିତ ହେଉଛି କିନ୍ତୁ ଏହି ଆଲୋକର ପର୍ବ ଦୀପାବଳିରେ ଦୁଇ ବେସାହାରା ଗରିବ ପରିବାର ପାଖରେ ପହଂଚି ଓଠରେ ହସ ଫୁଟାଇ ପାରିଛି କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାଶା ଫାଉଣ୍ଡେସନ ଆଲୋକର ପର୍ବ ଦୀପାବଳି ଅବସରରେ କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ଗ୍ରାମପଞ୍ଚାୟତର ହ୍ରଦ ପଡିଆ ସ୍ଥିତ ଦଖ ଗ୍ରାମର ଧୂରୁବ ଯେନାଙ୍କ ପରିବାର ପାଖରେ ଦୀପାବଳୀ ପାଳନ କରିଛନ୍ତି
ଧୂରୁବ ଯେନା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ତାଙ୍କ ଧର୍ମ ପତ୍ନୀ ଦୀର୍ଘ ଛଅ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ଭାଗ୍ୟର ବିଳମ୍ବନା ଧୂରୁବ ଯେନାଙ୍କ ଏକ ମାତ୍ର ପୁତ୍ର ରଘୁନାଥ ଯେନା ସେ ମଧ୍ୟ ମାନସିକତା ବିକାରଗ୍ରସ୍ତ ଏଥିସହିତ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ରାମେଶ୍ୱର ପୁର ଗ୍ରାମର ବିଧବା ମାଆ ଶ୍ରୀମତୀ ରଶ୍ମିତା ସାହାଣୀଙ୍କ ପରିବାର ପାଖରେ ଦୀପାବଳି ପାଳନ କରିଛନ୍ତି ଶ୍ରୀମତୀ ରଶ୍ମିତା ସାହାଣୀଙ୍କ ସ୍ୱାମୀ ଶ୍ରୀ ପ୍ରଶନ୍ନ ସାହାଣୀ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏହି ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଶ୍ରୀଯୁକ୍ତ ପ୍ରଶନ୍ନ ସାହାଣୀ ରାସ୍ତାରେ ଆସୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ନିଶା ସେବନ କରି ଆସୁଥିବା ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ଧକ୍କା ହେବାଫଳରେ ସେହି ଦୁର୍ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତାପରଠାରୁ ପରେ ଆମ ଆଦ୍ୟାଶା ଫାଉଣ୍ଡେସନ ଏପ୍ରଯ୍ୟନ୍ତ କିଛି କିଛି ସହଯୋଗ କରି ଆସୁଛି ବୋଲି ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣଲତା ସ୍ୱାଇଁ ମତଦେଇଥିଲେ । ଦୀପାବଳି ଅବସର ରେ ଆଦ୍ୟାଶା ଫାଉଣ୍ଡେସନ ସେହି ପରିବାରରେ ତାଙ୍କର ଦୁଇ କୋମଳମତି ଝିଅଙ୍କ ମୁହଁରେ ଟିକିଏ ହସ ଫିଟାଇବା ପାରିଛି । ଏହି ଦୁଇ ପରିବାର ପାଖରେ ଆଦ୍ୟାଶା ଫାଉଣ୍ଡେସନ ପହଂଚି ଘର ଆଗରେ ଦୀପ ଜାଳିବା ସହିତ ଦୁଇ ମାସର ରାସନ ପିଲାମାନଙ୍କ ପାଇଁ ପାଠ୍ୟସାମଗ୍ରୀ ଏବଂ କିଛି ଅର୍ଥ ସହଯୋଗ କରିଛନ୍ତି ।
Post a Comment