ଶିଶୁ ଦିବସ



କୁନି କୁନି ସୁନା ଫୁଲ ଆମେ 
   ଶିଶୁ ଆମେ କଳିକା 
କୁନି କୁନି ଆମ ଓ଼ଠୁ ଝରେ 
    କଥା ମଧୁ ଭଳିକା ||

ଆମେ ହସିଲେ ସବୁ ହସିବେ 
     ହସିବ ଏ ଦୁନିଆ 
ଆମେ ଅଟୁ କୁନି ପ୍ରଜାପତି 
     ସବୁ ଏକା ଭଳିଆ ||

ଆମେ ମାନିବୁ ନିଶ୍ଚେ ଆଦର୍ଶ 
     ଗାନ୍ଧିଜୀ ନେହେରୁଙ୍କ 
ସତ୍ ଭାବନା ହୃଦେ ରଖିବୁ 
     ଜିତି ମନ ସଭିଙ୍କ ||

ପାଠ ପଢି ଜଗତ ଜିତିବୁ
    ସବୁ କଥା ଶିଖିବୁ 
 ଅସମତା ଦୂର କରି ମର୍ତ୍ତ୍ୟେ 
    ସମାନତା ଆଣିବୁ ||


ଗୁରୁଜନ କଥାକୁ ମାନିବୁ 
   ଭଲ ପିଲା ହୋଇବୁ 
ଦୁଃଖୀ ରଙ୍କିଙ୍କୁ ସେବା କରିବୁ 
   ଦେଶ ଗର୍ବ ରଖିବୁ ||

   *ତ୍ରିନାଥ ପଟ୍ଟନାୟକ*
   (*ଯୁବ ଅଧ୍ୟାପକ ତଥା କବି*)
  *ଗ୍ରାମ:ଗାନ୍ଧୀ ନଗର, ପୋ:/ଜିଲ୍ଲା:କୋରାପୁଟ*
   *ମୋ:୯୪୩୮୩୬୨୧୭୨*

Post a Comment

Previous Post Next Post