ଖଡିଆଳ ସହର ୩୫୩ ନମ୍ୱର୍ ଜାତୀୟ ରାଜପଥ କଡ ରୁ ଏକ ବ୍ରଜକପ୍ତା ଉଦ୍ଧାର


ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ୩୫୩ ନମ୍ୱର୍ ଜାତୀୟ ରାଜପଥ କଡ ରୁ ବନ ବିଭାଗ ଖବର ପାଇ ଏକ ବ୍ରଜକପ୍ତା ଉଦ୍ଧାର କରିଛନ୍ତି। ବ୍ରଜକପ୍ତା ଶରୀର ରେ ଅନେକ ଇନଫେକ୍ସନ୍ ଥିବା ନେଇ ଆବଶ୍ୟକ ଚିକିତ୍ସା ପରେ ଜଙ୍ଗଳ ରେ ଛାଡ଼ିବା ନିଷ୍ପତ୍ତି ନେଇଥିବା ବନ ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ସେହିପରି ବ୍ରଜକାପ୍ତା ଟି ପୁରୁଷ ଥିବା ବେଳେ ତାର ୩ କେଜି ୩୫୦ ଗ୍ରାମ ଓଜନ ରହିଅଛି। ବ୍ରଜକାପ୍ତା ଚଞ୍ଚଳ ଥିବା ବେଳେ ତାର ଲମ୍ବ ୩ ଫୁଟ ରହିଅଛି ବୋଲି ବନ ବିଭାଗ ଫରେଷ୍ଟର କନ୍ଦର୍ପ ସୁନାନୀ ପ୍ରକାଶ କରିଛନ୍ତି। ବୁଦ୍ଧିଆ ଡଙ୍ଗର ଅଞ୍ଚଳରୁ ପଳାଇ ଆସିଥିବା ଅନୁମାନ କରିଛନ୍ତି। ବନ ବିଭାଗ ପକ୍ଷ ରୁ ନରେଶ ଦଣ୍ଡସେନା ଦୁଇ କର୍ମଚାରୀ ଉପସ୍ଥିତ ଥିଲେ। ଖଡିଆଳ ବିଭିଓ ସଂଗ୍ରାମ ବେହେରା ଏହାର ଚିକିତ୍ସା କରି ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଜିଲ୍ଲା ରେ ବନ୍ୟ ପ୍ରାଣୀ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଜଙ୍ଗଲ ର ପରିସୀମା ମଧ୍ୟ ବୃଦ୍ଧି ହେଉଅଛି।

Post a Comment

Previous Post Next Post