ଘୋଷଣା ପରେ କାର୍ଯ୍ୟକାରୀ ହେଉନି ସିନାପାଲିକୁ ଏନଏସି ମାନ୍ୟତା ଦାବି

ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲାର ସିନାପାଲି ସହର ସମେତ ରାଜ୍ୟର ବିଭିନ୍ନ ସହରକୁ ଏନ୍‌ଏସିର ମାନ୍ୟତା ଦିଆଯିବାକୁ ସରକାର ଘୋଷଣା ତତ୍କାଳୀନ କରିଥିଲେ । ମୋହନ ସରକାର ଗଠନର ୩ ମାସ ପରେ ନୂଆ ଏନ୍‌ଏସି ଗଠନ ନେଇ ସରକାରୀ ପ୍ରସ୍ତାବ ନାହିଁ ବୋଲି ମଙ୍ଗଳବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇଥିଲେ । ମନ୍ତ୍ରୀଙ୍କ ଏହି ସୂଚନା ପରେ ସିନାପାଲି ସହରବାସୀ ନିରାଶ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ସିନାପାଲି ସହରକୁ ଏନଏସି ଗଠନ କରାଯିବାକୁ ଘୋଷଣା କରିଥିଲେ । ତେବେ ସହର ସହିତ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି ସହରରେ ଜନସଂଖ୍ୟା ପ୍ରାୟ ୧୮ ହଜାରରୁ ଊର୍ଦ୍ଧ୍ବ ହେବ । ନୂଆପଡା ସିନାପାଲି ସଡ଼କପଥ ଯୋଗାଯୋଗ ରହିଛି । ଏହି ସହର ଭିତ୍ତିଭୂମି, ଜନସଂଖ୍ୟା ଓ ଅନ୍ୟାନ୍ୟ ଆବଶ୍ୟକୀୟ ମାପକାଠି ପୂରଣ କରୁଛି । ସେହି ଦୃଷ୍ଟିରୁ ଦୀର୍ଘବର୍ଷ ଧରି ଲୋକେ ଏନଏସି ପାଇଁ ଦାବି କରିଆସୁଥିଲେ । ନିର୍ବାଚନ ପୂର୍ବରୁ ସିନାପାଲି ସହରକୁ ଏନ୍ଏସି କରାଯିବାକୁ ତତ୍କାଳୀନ ସରକାର ଘୋଷଣା କରିଥିଲେ। ଲୋକେ ଆଶା ରଖିଥିଲେ ଯେ, ନିର୍ବାଚନ ପରେ ଏନ୍ଏସି କାର୍ଯ୍ୟକାରୀ ହେବ । ନୂଆ ସରକାର ଗଠନ ହେବାର ୩ ମାସ ପରେ ସେଭଳି କିଛି ପ୍ରସ୍ତାବ ଏଭଳି ଉତ୍ତର ସହରବାସୀଙ୍କୁ ନିରାଶ କରିଛି । ସିନାପାଲି ସିଟିଜେନ ଫୋରମ ସଭାପତି ଡମ୍ବରୁଧର ମେହେର କହିଛନ୍ତି, ଦୀର୍ଘ ବର୍ଷରୁ ସହରକୁ ଏନଏଏସି ପାଇଁ ଦାବି ହୋଇଆସୁଥ‌ିବା ବେଳେ ନୂତନ ସରକାର କାହିଁକି ଏଭଳି ପଦକ୍ଷେପ ନେଲେ ତାହା କିଛି ଜଣା ପଡୁନାହିଁ । ବର୍ତ୍ତମାନର ବିଜେପି ସରକାର ପୂର୍ବ ଘୋଷଣା ଅନୁଯାୟୀ ସିନାପାଲିକୁ ଏନଏସି ମାନ୍ୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ସରକାର ଏନେଇ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚୋତବନୀ ଦେଇଛନ୍ତି ।

Post a Comment

Previous Post Next Post