ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲିରୁ ବୋଟୋପାଲି ଯାତାୟାତ ପିଚୁରାସ୍ତା ପାର୍ଶ୍ବରେ ମଇଳା ଆବର୍ଜନା ପକାଇବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।ଏହି ରାସ୍ତା ପାର୍ଶ୍ବରେ ଆବର୍ଜନ ପଡି ରହିଥିବା ବେଳେ ଦୁର୍ଗନ୍ଧରେ ଯାତାୟାତ କରୁଥିବା ଲୋକେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ, ଏହି ରାସ୍ତା ଦେଇ ବୋଡୋପାଲି, କୁଲିଙ୍ଗାମାଲ, କରଙ୍ଗାମାଲ ଦେଇ ବୋଡେନ ବ୍ଲକକୁ ଯୋଗାଯୋଗ ରହିଛି। ହେଲେ ରାସ୍ତା କଡ଼ରେ ମଇଳା ଆବର୍ଜନା ଫିଙ୍ଗୁଥିବା ହେତୁ ଦୁର୍ଗନ୍ଧ ହେଉଥିବାରୁ ଯାତାୟାତ ବେଳେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଫଳରେ ସ୍ଥାନୀୟ ଲୋକ ଓ ଯାତାୟାତ କରୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ନେଇ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Post a Comment