ସିନ୍ଧେକେଲା ଅଗ୍ରୱାଲ ସଭାର ମଙ୍ଗ ଧରିଲେ ବୟୋଜ୍ୟେଷ୍ଠ ମୁନିରାମ ଜୈନ


ସିନ୍ଧେକେଲା,୧୧/୯ (ଆଜତକ୍ ଓଡ଼ିଶା) - ପ୍ରାୟ ୮୦ ବର୍ଷ ବୟସ ଆଖପାଖ କୁ ଛୁଇଁବାକୁ ଆସୁଥିବା ସିନ୍ଧେକେଲା ଅଗ୍ରୱାଲ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ମୁନିରାମ ଜୈନ ଯୌବନ ଭଳି ଯୋଶ ଦେଖାଇବା ସହ ଅଗ୍ରୱାଲ ସଭାର ନୂତନ ସଭାପତି ଚୟନ ହୋଇ ଚର୍ଚ୍ଚାରେ ରହିଛନ୍ତି । ଗତକାଲି ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନରେ ସଭାପତି ପ୍ରସନ୍ନ ଜୈନଙ୍କ ଅଧ୍ୟକ୍ଷତାରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ତାଙ୍କ କାର୍ଯ୍ୟକାରିଣୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ କାର୍ଯ୍ୟଭାର ତ୍ୟାଗ କରିବା ସହ ନୂତନ ସଭାପତି ଚୟନ ପାଇଁ ନିବେଦନ କରିଥିଲେ । ଅନ୍ୟ ବୟୋଜ୍ୟେଷ୍ଠ ନରେଶ ଜୈନଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି କରାଯାଇଥିଲା । ନୂତନ ସଭାପତି ଭାବରେ ପ୍ରସନ୍ନ ଜୈନଙ୍କ ସମେତ ମୁନିରାମ ଜୈନ ଓ ନବୀନ ଜୈନଙ୍କ ନାମ ପ୍ରସ୍ତାବ ଆଗତ କରଯାଇଥିଲା । ପ୍ରସ୍ତାବକ ଓ ସମର୍ଥକ ଭାବରେ ପବନ ଜୈନ , ମନୋଜ ଜୈନ , ବଜରଙ୍ଗ ଜୈନ , ପ୍ରକାଶ ଜୈନ , ପ୍ରୀତମ ଜୈନ ପ୍ରମୁଖ ରହିଥିଲେ ।

କିନ୍ତୁ ଶେଷରେ ମୁନିରାମ ଜୈନ ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଚୟନ ହୋଇଥିଲେ । ସଭାପତି ଚୟନ ହେଲାପରେ ଶ୍ରୀ ଜୈନ ତାଙ୍କ ମନ୍ତବ୍ୟରେ ଏହି ବୟସରେ ମୋତେ ପଦବୀର କୌଣସି ଲାଳସା ନାହିଁ ଏହି ଭବନର କାୟା ବଦଳାଇବା ମୋର ପ୍ରକୃତ ଲକ୍ଷ ବୋଲି କହିବା ସହ ଏହି ଭବନ ଭବିଷ୍ୟତରେ ତୁମ ମାନଙ୍କୁ ହିଁ କାମ ଦେବ ବୋଲି କହିଥିଲେ । ଶେଷରେ ସଭାପତି ପ୍ରସନ୍ନ ଜୈନ ଓ କୋଷାଧ୍ୟକ୍ଷ ସୁବାଷ ଜୈନ କାର୍ଯ୍ୟଭାର ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ନୂତନ ସଭାପତି ମୁନିରାମ ଜୈନଙ୍କୁ ହସ୍ତାନ୍ତର କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତୀୟ ସଭା ପୂର୍ବତନ ଅଧ୍ୟକ୍ଷ ଛତ୍ରପାଳ ଜୈନ , ପ୍ରବୀଣ ଜୈନ , ତେରାପଂଥ ସଭା ଅଧ୍ୟକ୍ଷ ରାମ ଅବତାର ଜୈନ , ସମ୍ପାଦକ ଅନିଲ ଜୈନ , ବିଜେପି ନେତା କହ୍ନେୟା ଜୈନ , ସାମ୍ବାଦିକ ଦିନେଶ ଜୈନ , କିରୋଡି ଜୈନ , ବିମଲ ଜୈନ , ସଂଜୁ ଜୈନ , ପପୁ ଜୈନ , ଭଗବାନ ଜୈନ , ଯୁବାମଞ୍ଚ ସଭାପତି ଅମିତ ଜୈନ , ପୂର୍ବତନ ସଭାପତି ବଣ୍ଟି ଜୈନ , ପୂର୍ବତନ ସମ୍ପାଦକ ମନୋଜ ଗର୍ଗ , ବୁଲୁ ଜୈନ , ରୋଶନ ଜୈନ , ଡିସ୍କୋ ଜୈନ , ନବୀନ ଜୈନ , ଧିରଜ ଜୈନ ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

Previous Post Next Post