କଳାହାଣ୍ଡି (ଆଜତକ୍ ଓଡ଼ିଶା) କଳାହାଣ୍ଡି ଏବଂ ନୂଆପଡ଼ା ବାସୀ ଦେଖିବେ ବନ୍ଦେ ଭାରତ ରେଳ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ ଅନୁରୋଧ କ୍ରମେ ରାୟପୁର ଠାରୁ ବିଶାଖାପାଟଣା କୁ ଚଳାଚଳ କରିବ ବନ୍ଦେ ଭାରତ ରେଳ। ଗତ ଲୋକସଭାରେ ସାଂସଦ ମାଳବିକା ଦେବୀ ବିଏନଆର ସର୍ଭେ କଣ୍ଟାବାଞ୍ଜି ଖଡିଆଳ ରେଳ ପ୍ରକଳ୍ପ ସହ ନିର୍ମାଣ ସହ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏକ ବନ୍ଦେ ଭାରତ ରେଳ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକି ଅଞ୍ଚଳ ବାସୀ ଅତ୍ୟାଧୁନିକ ରେଳ ସେବା ର ଲାଭ ଉଠାଇବା ସହ ବ୍ୟବସାୟ, ସାମାଜିକ, ଅର୍ଥନୈତିକ ସମ୍ପର୍କ ବୃଦ୍ଧି ହେବା ସହ ସିଧାସଳଖ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ପାରିବେ। ଏହାଦ୍ବାରା ଅଞ୍ଚଳ ରେ ଖୁସି ବ୍ୟକ୍ତ କରିଛନ୍ତି। ମାଳବିକା ଦେବୀ ଙ୍କ ଅନୁରୋଧ କ୍ରମେ ଏହି ରେଳ ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ର ଅନେକ ଷ୍ଟେସନ୍ ରେ ରହଣି କରିବା ସୂଚନା ମିଳିଛି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment