୨୦ ରେ ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର


କଣ୍ଟାବାଞ୍ଜି , ୧୩/୦୯ ( , ଆସନ୍ତା ୨୦ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ଟିଟିଲାଗଡ ଏସସିଡି ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରେସ କ୍ଲବ ଅଫିସରେ ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଚକ୍ଷୁ ଚିକିତ୍ସା ଶିବିରରେ କେମିତି ଅଧିକ ରୁ ଅଧିକ ଲୋକ ଯୋଗ ଦେବେ ଏବଂ ଏହାର ଲାଭ ଉଠାଇ ପାରିବେ ସେନେଇ ଆଲୋଚନା ହୋଇଥିଲା । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରେସ କ୍ଲବ ଅନେକ ଜନମଙ୍ଗଳ କାମ ନିଜକୁ ହାତକୁ ନେଇଥିବା ବେଳେ ଚକ୍ଷୁ ଚିକିତ୍ସା ଶିବିରରେ କଣ୍ଟାବାଞ୍ଜି ସହ ତୁରେକେଲା , ମୁରିବାହାଲ, ବଙ୍ଗୋମୁଣ୍ଡା, ଖପ୍ରାଖୋଳ ବ୍ଲକ ସହ ଆଖପାଖ ଅଞ୍ଚଳର ଲୋକ ବିଶେଷ କରି ଯେଉଁ ମାନେ ଚକ୍ଷୁ ଚିକିତ୍ସା ହେବାର କଥା , ଆର୍ଥିକ ଅଭାବ କିମ୍ବା ଅନ୍ୟ କୌଣସି ଅସୁବିଧା ପାଇଁ ଚିକିତ୍ସା ହେଉ ପାରୁନାହାନ୍ତି ସେମାନେ ନିଶ୍ଚିତ ଭାବେ ଏହି ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିରେ ସାମିଲ ହୋଇ ନିଜର ଚକ୍ଷୁ ଚିକିତ୍ସାର ଲାଭ ଉଠାଇ ପାରିବେ ବୋଲି ସମ୍ପାଦକ ସୁରଦାସ ବାଗ କହିଥିଲେ । ଟିଟିଲାଗଡ ଏସସିଡି ଚକ୍ଷୁ ଡାକ୍ତରଖାନା ଏକ ପ୍ରତିଷ୍ଠିତ ଡାକ୍ତରଖାନା ହୋଇଥିବା ବେଳେ ଡାକ୍ତରଖାନାର ଡାକ୍ତର ଏବଂ ଟେକନିସିଆନ ଆସି ଲୋକଙ୍କୁ ଚକ୍ଷୁ ପରୀକ୍ଷା କରିବା ସହ ଦରକାର ଅନୁସାରେ ନିଶୁଳ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ତାଙ୍କ ଡାକ୍ତରଖାନାରେ କରିବେ । ଡାକ୍ତରଖାନା କୁ ଯିବା ଆସିବା ଖର୍ଚ ନିଶୁଳ୍କ ହୋଇଥିବା ବେଳେ ସେଠାରେ ରହିବା ସହ ଖାଇବାର ବ୍ୟବସ୍ଥା ପାଇଁ କୌଣସି ରୋଗୀଙ୍କୁ ଟଙ୍କା ଦେବାକୁ ପଡିବନାହିଁ , ଦରକାର ଅନୁସାରେ ରୋଗୀଙ୍କୁ ନିଶୁଳ୍କ ଚଷମା ମଧ୍ୟ ଦିଆଯିବ ବୋଲି ଶିବିର ସଂଯୋଜକ ତଥା ପ୍ରେସ କ୍ଳବର ପରାମର୍ଶଦାତା ଆଶିଷ ଖୈତାନ ସୂଚନା ଦେଇଛନ୍ତି । ତେବେ ଲୋକଙ୍କ ସୁବିଧା ପାଇଁ ପ୍ରେସ କ୍ଲବ ହେଲ୍ପ ପାଇଁ ନମ୍ବର ମଧ୍ୟ ଜାରି କରିଛି । କଣ୍ଟାବାଞ୍ଜି ପାଇଁ ପ୍ରଭଜିତ ସିଂ ସାଲୁଜା (୯୯୩୭୬୨୧୬୨୦), ସୁରଦାସ ବାଗ (୮୬୫୮୭୧୭୨୩୮), ଆଶିଷ ଖୈତାନ ( ୯୯୩୭୧୯୩୬୮୦) , ବଙ୍ଗୋମୁଣ୍ଡା ପାଇଁ ସୁଶାନ୍ତ ବେହେରା (୯୩୩୭୪୪୭୭୩୮ ) , ସିନ୍ଧେକେଲା ଅଞ୍ଚଳ ପାଇଁ ଅନିଲ ତ୍ରିପାଠୀ (୯୪୩୮୦୫୬୦୧୪ ) ଏବଂ ମୁରିବାହାଲ ଅଞ୍ଚଳର ପାଇଁ ସୁବ୍ରତ ମହାକୁର (୯୪୩୮୧୨୧୯୮୮) ଙ୍କସହ ଯୋଗାଯୋଗ କରି ପାରିବେ । ତେବେ ଆଜିର ଏହି ପ୍ରସ୍ତୁତି ବୈଠକରେ ପ୍ରେସ କ୍ଲବ ଉପସଭାପତି ମନୋଜ ଶର୍ମା , ସୁଶାନ୍ତ ବେହେରା , କୋଷଧକ୍ଷ ହନି ସିଂ , ଅଫିସ ସମ୍ପାଦକ ବିସିକେଶନ ମାଝି , ପରାମର୍ଶଦାତା ଦୂର୍ଗାପ୍ରସାଦ ଗୁପ୍ତା , ଆନନ୍ଦ ମୋଟେ , ଆଇନ ପରାମର୍ଶ ଦାତା ବିବେକ ଶର୍ମା ସଦସ୍ୟ ଅଙ୍କୁର ଅଗ୍ରୱାଲ, ଜଗମୋହନ ତାଣ୍ଡି, ଗଣେଶ ଦାସ , , ଶୈଳେନ୍ଦ୍ର ଜୈନ , ଅମିତ ଶର୍ମା , କମଳ ଶର୍ମା , ଦୀପକ ପାଣିଗ୍ରାହୀ , ଦେବେଶ ଅଗ୍ରୱାଲ , ଶଙ୍କର ମାଝୀ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post