କଲମପୁର ବ୍ଲକରେ ଗଡିଲା ସୁଭଦ୍ରା ଯୋଜନା ର ସଚେତନତା ରଥ


କଲମପୁର,୧୩/୦୯ (ଆଜତକ୍ ଖବର/ଶରତ ଚନ୍ଦ୍ର ସୁନାନୀ) ରାଜ୍ୟରେ ବିଜେପି ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରି,ପ୍ରତ୍ୟେକ ମହିଳାଙ୍କୁ ୫ ବର୍ଷ ରେ ୫୦ ହଜାର ଟଙ୍କା ସହାୟତା କରିବାକୁ ଘୋଷଣା କରିଥିଲେ। ସୁଭଦ୍ରା ଯୋଜନା ଲାଗୁ ହେବା ପରେ ସବୁଆଡେ ମହିଳା ମାନେ ଆବେଦନ କରୁଛନ୍ତି। ଏହି ଯୋଜନାର ସ୍ବଚ୍ଛ ଓ ସୁବିଧାରେ କିପରି ଲୋକେ ଉପକୃତ ହେବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ‌ତା କାର୍ଯକ୍ରମ ଜାରି ରହିଛି। ଏହି କ୍ରମରେ ଆଜି ଶୁକ୍ରବାର ଦିନ କଲମପୁର ବ୍ଲକ ପରିସରରେ ସୁଭଦ୍ରା ଯୋଜନା ସଚେତନତା ରଥକୁ ଭବ୍ୟ ସ୍ବାଗତ କରି ବିଡ଼ିଓ ବିଜୟ କୁମାର ମାଡ଼ାଙ୍ଗି ଓ ସି.ଡି.ପି.ଓ ନିର୍ବାସିନି ଦେଇ ଙ୍କ ଉପସ୍ଥିତିରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ରଥ କଲମପୁର ବ୍ଲକ ର ୧୧ ଗୋଟି ଗ୍ରାମ ପଞ୍ଚାୟତର ପ୍ରତେକ ଗ୍ରାମ ବୁଲି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିବ। ଏହି ସୁଭଦ୍ରା ରଥ ର ସୁପରିଚାଳନା ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ନରେଶ କୁମାର ମେହେର ସ୍ଵତନ୍ତ୍ର ଦାୟିତ୍ଵ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା,କନିଷ୍ଠ ଯନ୍ତ୍ରୀ ଗୌରୀ ଶଙ୍କର ମୁଣ୍ଡା,ପୀତାମ୍ବର ହେମ୍ବ୍ରମ୍ ଙ୍କ ସମେତ ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି କର୍ମଚାରୀ, ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହିଥିଲେ। ଏହି ରଥ ଆଜି ବ୍ଲକର କଲମପୁର, ଦେପୁର ଓ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିବ ବୋଲି ସୂଚନା ମିଳିଛି।

Post a Comment

Previous Post Next Post