ଐତିହାସିକ କଳାବୁଦା ଗାଦି ପୀଠ ଠାରେ କୋଣାର୍କ ଜର୍ଣ୍ଣାଲିଷ୍ଟ ଆସୋସିଏସନର କର୍ମକର୍ତ୍ତା ଚୟନ


କୋଣାର୍କ (ଅଲେଖ ବିଶ୍ଵାଳ ) କୋଣାର୍କ ନିକଟସ୍ଥ ସୋରଭା ଗ୍ରାମପଞ୍ଚାୟତର ଓଟାଙ୍ଗ ଗ୍ରାମ ସ୍ଥିତ ଐତିହାସିକ କଳାବୁଦା ଗାଦି ପୀଠରେ ନବଗଠିତ କୋଣାର୍କ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସାଂଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅବନୀ ଭୂଷଣ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ର ସାମଗ୍ରିକ ବିକାଶ ପାଇଁ ଜନତା ଓ ପ୍ରଶାସନ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବା ସହ କୋଣାର୍କର ସାମୁହିକ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ସହଭାଗିତା ନୀତି ଅବଲମ୍ବନ କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ କରାଯାଇ ସଭାପତି ଭାବେ ଭାଗୀରଥୀ ସ୍ଵାଇଁ, ଉପସଭାପତି ଭାବେ ଅଜିତ କୁମାର ମଲ୍ଲିକ, ସଂପାଦକ ଭାବେ ପ୍ରକାଶ କୁମାର କାଣ୍ଡି, କୋଷାଧ୍ୟକ୍ଷ ସୁକାନ୍ତ କୁମାର ବିଶ୍ବାଳ, ସହସଂପାଦକ ଭାବେ ଜ୍ଞାନ ରଞ୍ଜନ ବିଶ୍ବାଳ, ସାଂସ୍କୃତିକ ସଂପାଦକ ପ୍ରମୋଦ କୁମାର ଗୋଛାୟତ, ମିଡିଆ ସଂଯୋଜକ ଭାବେ ଆଶିଷ କୁମାର ମିଶ୍ର ଙ୍କୁ ମନୋନୀତ ପୂର୍ବକ ସଂଗଠନ ପକ୍ଷରୁ ଦାୟିତ୍ବ ଅର୍ପଣ କରାଯାଇଛି। ସଂଗଠନର ନୂତନ କର୍ମକର୍ତ୍ତା ଓ ସଭ୍ଯ ମାନେ କଳାବୁଦା ଗାଦି ବାବା ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଏହି ସାଂଗଠନିକ ବୈଠକରେ ସଂଗଠନକୁ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ସାମଗ୍ରିକ ବିକାଶ ପାଇଁ ନବଗଠିତ କୋଣାର୍କ ଜର୍ଣ୍ଣାଲିଷ୍ଟ ଆସୋସିଏସନର ନୂତନ କର୍ମକର୍ତ୍ତା ମାନେ ବଜ୍ର ଶପଥ ଗ୍ରହଣ କରିଥିଲେ। ଏହି ବୈଠକରେ ସଂଗଠନର ବରିଷ୍ଠ ସଭ୍ୟ ଭାବେ ଅବନୀ ଭୂଷଣ ବାରିକ, ସନ୍ତୋଷ କୁମାର ଗୋଛାୟତ, ପ୍ରତାପ କୁମାର କାଣ୍ଡି, ରଞ୍ଜିତ ନାୟକ ଓ ଅଜିତ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ବୈଠକରେ ସଂଘର ବିକାଶ ପାଇଁ ଏକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Post a Comment

Previous Post Next Post