ତରବୋଡ ଜବାହାର ନବୋଦୟ ବିଦ୍ୟାଳୟ ରେ ରେଗୀଙ୍ଗ, ଜୁନିୟର ଛାତ୍ର କୁ ମାଡ଼


ନୂଆପଡା (ପରମେଶ୍ୱର ମେହେର)  ନୂଆପଡ଼ା ଜିଲ୍ଲା ତରବୋଡ଼ ଠାରେ ଜବାହର ନବୋଦୟ ବିଦ୍ୟାଳୟ ରେ ଜୁନିୟର ଛାତ୍ର ମାନଙ୍କୁ ସିନିୟର ଛାତ୍ର ମାନେ ମାଡ଼ ମାରିଥିବା ଅଭିଯୋଗ ଆସିଛି, ଗତ ରାତ୍ରି ରେ କିଛି ସିନିୟର ଛାତ୍ର ଗଣ୍ଡଗୋଳ କରି ଜୁନିୟର ଛାତ୍ର ମାନଙ୍କୁ ଅମାନସିକ ଭାବରେ ମାଡ଼ ମାରିଥ‌ିବା ଦେଖିବାକୁ ମିଳିଛି ଛାତ୍ର ମାନଙ୍କ ମୁହଁ ଫାଟିବା ସହ ବାଡ଼ି ର ରୋଲ ଆସିଥିବା ଦେଖିବାକୁ ମିଳେ,

ଏନେଇ ଆଜି ଅଭିଭାବକ ମାନେ ଏକଜୁଟ ହୋଇ ଅଭିଯୁକ୍ତ ଛାତ୍ର ମାନଙ୍କୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଏବଂ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଅଭିଯୁକ୍ତ ଛାତ୍ର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଏହି ଘଟଣା ସମୟରେ ହାଉସ ଟିଚର ଯାଇଥିଲେ କାହିଁ, ଏବଂ ରାତ୍ର ଜଗୁଆଳି କରୁଥିଲେ କଣ ତାହାର ତଦନ୍ତ ହେବା କଥା ଏବଂ ପ୍ରଶାସନ ଯଦି ନ ଶୁଣେ ତାହେଲେ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ସହ ବିଦ୍ୟାଳୟ କୁ ତାଲା ମରାଯିବ ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post