ସିନାପାଲି ୦୬/୦୯ (ପରମେଶ୍ବର ମେହେର) ସିନାପାଲି ବ୍ଲକ ସ୍ତରୀୟ ବିଶ୍ୱ ସାକ୍ଷରତା ସପ୍ତାହ ଏହି ବ୍ଲକର ଭରୁଆମୁଣ୍ତା କ୍ଲଷ୍ଟର ଅନ୍ତର୍ଗତ ପତିଆଲପଡ଼ା ୟୁ.ଜି. ହାଇସ୍କୁଲ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି । ଉପାନ୍ତ ଅଂଚଳରେ ଶିକ୍ଷା ପ୍ରତି ସଚେତନତା ସୄଷ୍ଟି ଓ ସାକ୍ଷରତା ହାର ବୄଦ୍ଧି ଲକ୍ଷ୍ଯରେ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଯତୀଂଦ୍ର କୁମାର ସେଠଙ୍କ ତତ୍ୱାବଧାନରେ ଏହି କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ଯକ୍ରମରେ ଶିକ୍ଷାଧିକାରୀ ଶ୍ରୀସେଠ ଙ୍କ ସହିତ ସିଆରସିସି ଜୟକୃଷ୍ଣ ଯୋଷୀ, ସ୍ଥାନୀୟ ବିଦ୍ଯାଳୟର ପ୍ରଧାନଶିକ୍ଷକ ଗିରିଧାରି ମେହେର ଉପସ୍ଥିତ ରହି ସାକ୍ଷରତା ସପ୍ତାହ ପ୍ରସଙ୍ଗରେ ସଚେତନତା ସୄଷ୍ଟି କରିବା ସହ ଅଧାରୁ କିପରି କେହି ପାଠ ପଢ଼ା ନଛାଡ଼ିବେ ସେ ବିଷୟରେ ଅବଗତ କରିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିବା ବେଳେ ଏଥିରେ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ଯାଳୟ ପରିଚାଳନା ସମିତି ସଭ୍ଯସଭ୍ଯା, ମାଁଭଉଣୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ପତିଆଲପଡ଼ା ବିଦ୍ଯାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

Post a Comment