ଆସନ୍ତା ୫ରେ ସେଭ ଲାଇଫ ଅର୍ଗାନାଇଜେସନ ପକ୍ଷରୁ ରକ୍ତଦାନ ଶିବିର : ପ୍ରତ୍ୟେକ ରକ୍ତଦାତାଙ୍କୁ ଦୃଘଟଣା ବୀମା ସୁବିଧା

ବାଲେଶ୍ୱର, ୩/୯ (ଲକ୍ଷ୍ମୀଧର ବାରିକ): ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ ପାଳନ ଅବସରରେ ଆସନ୍ତା ୫ ତାରିଖରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ତାଡଦା ପଞ୍ଚାୟତ ଶ୍ୟାମରାୟପୁର ଗ୍ରାମର ସେଭ ଲାଇଫ ଅର୍ଗାନାଇଜେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରୋଟାରୀ କ୍ଲବ ବାଲେଶ୍ୱର ଅନ ସି ଓ ସମ୍ବାଦ- ଆମ ଓଡ଼ିଶା ସହଯୋଗରେ ଶ୍ୟାମରାୟପୁର ୟୁଜି ଉପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ସେଭ ଲାଇଫର ସଭାପତି ଅରୁଣ କୁମାର ଦାସ ଅଧିକାରୀଙ୍କ ସଭାପିତତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ ସିର ମୋହିତ ପୋବ୍ଦାର, ନିଖିଲ ଖଣ୍ଡେୱାଲ୍, ରାକେଶ ପାଲା, ସ୍ଵାତୀ ଖଣ୍ଡେୱାଲ୍, ମହମ୍ମଦ ମୁକ୍ତାର ଅହମ୍ମଦ, ଲାଇଫର ସମ୍ପାଦକ ସୁବ୍ରତ ପ୍ରଧାନ, କୋଷାଧ୍ୟକ୍ଷ କଳ୍ପତରୁ ସାମନ୍ତ, ଉପ ସଭାପତି ତପନ ଦାସ, ସହ ସମ୍ପାଦକ ପ୍ରଭାକର ଜେନ, ସଭ୍ୟ ଜୟନ୍ତୀ ଜେନା, ସୁମିତ୍ରା ଦାସ, ବିଶ୍ଵନାଥ ଜେନା, ଗୌରାଙ୍ଗ ଜେନା, ଅବନୀ ବାରିକ, ଗୌରାଙ୍ଗ ଦାସ, ନିମାଇଁ ସାମନ୍ତ, ଦିଲ୍ଲୀପ ସାମନ୍ତ, ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିର ସଫଳତା ପାଇଁ ଆଲୋଚନା କରିଥିଲେ। ଏହି ଶିବିର ସକାଳ ୧୦ଟାରେ ଅନୁଷ୍ଠିତ ହେବ। ରୋଟାରୀ କ୍ଲବ ବାଲେଶ୍ୱର ଅନ ସି ପକ୍ଷରୁ ପ୍ରତ୍ୟେକ ରକ୍ତଦାତାମାନଙ୍କ ପାଇଁ ୧ ଲକ୍ଷ ଟଙ୍କାର ଦୃଘାଟଣା ବୀମା ରାଶି ଯୋଗାଇ ଦିଆଯିବ ବୋଲି ଶ୍ରୀ ପୋଦ୍ଦର୍ କହିଛନ୍ତି।

Post a Comment

Previous Post Next Post