ସାରା ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଖାଇ।ଏହି ପର୍ବରେ ଲୋକେ ଧୁମ୍ ଧାମର ସହ ନୂଆଖାଇ ପର୍ବ ପାଳନ କରୁଥିବା ବେଳେ ଶୋକର ଛାୟା ଖେଳି ଯାଇଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗାଁ ପଞ୍ଚାୟତ ସ୍ଥିତ କୁସୁମଖୁଣ୍ଟା ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମର ସଦାଶିବ ପାଣ୍ଡେ ଙ୍କ ଝିଅ ଠିକ୍ ମଣି ପାଣ୍ଡେ ପାରିବାରିକ କଳହ ଯୋଗୁଁ ପାତାଳ ଗଙ୍ଗା ଗୁରୁ ଡଙ୍ଗର ଜଙ୍ଗର ଏକ ବୃକ୍ଷରେ ଏକ କପଡା କୁ ବେକରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି।କିନ୍ତୁ ମୃତକ ଙ୍କ ହାତରେ, ଏବଂ ଅଣ୍ଟାରେ ମଧ୍ୟ କପଡା ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା ଯାହା ଏହା ଆତ୍ମହତ୍ୟା ନୁହେଁ,ସ୍ଥାନୀୟ ଲୋକଙ୍କ ମତରେ ଏହା ହତ୍ୟା ବୋଲି ଅନୁମାନ କରାଯାଉଛି।ଏହି ଘଟଣା ଜାଣିବା ପରେ ବୋଡ଼େନ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ସଠିକ୍ ତଦନ୍ତ କରିବା ସହ ସବ୍ ବ୍ୟବଛେଦ ପାଇଁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ଶେଷରେ ମୃତଙ୍କ ପରିବାର ନ୍ୟାୟ ପାଇଁ ବୋଡ଼େନ ପୋଲିସ ପ୍ରଶାସନ କୁ ଅନୁରୋଧ କରିଛନ୍ତି।
ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment