ସିନାପାଲି:୦୯/୦୯- ରବିବାର ଘରେଘରେ ଆନନ୍ଦ ଉଲ୍ଲାସ ସହ ନୂଆଁଖାଇ ସାରିଲା ପରେ ପ୍ରଥମ ଥର ପାଇଁ ସିନାପାଲି ଜଗନ୍ନାଥ ଛକ ଠାରେ ନୂଆଁଖାଇ ଦିନେ ଭବ୍ଯ ନୂଆଁଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସିନାପାଲି ସହରର ସମସ୍ତ ପଡ଼ା ସମେତ ଆଖପାଖ ଅଂଚଳର ଲୋକ ସାମିଲ ହୋଇ ପରସ୍ପର ଭେଟ ହେବା ସହ ପାରମ୍ପରିକ ନୄତ୍ଯଗୀତର ମଜା ନେଇଥିଲେ । ତେବେ ଝିପିଝିପ ବର୍ଷା କାର୍ଯ୍ଯକ୍ରମରେ ବାଧା ସୄଷ୍ଟି କରିଥିବା ବେଳେ ବର୍ଷା ସତ୍ୱେ ମଧ୍ଯ ପାରମ୍ପରିକ ନୃତ୍ଯଗୀତକୁ ଉପଭୋଗ କରିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପରେ ବର୍ଷା ବଢ଼ିବାରୁ ଆୟୋଜକଙ୍କୁ ବାଧ୍ଯ ହୋଇ କାର୍ଯ୍ଯକ୍ରମକୁ ବନ୍ଦ କରିବାକୁ ପଡ଼ିଥିଲା । ସାମୁହିକ ନୂଆଁଖାଇ ଭେଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ୱାବଧାନରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଝାଙ୍କର ଶରତ ମାଝୀ, ବୈଶମ୍ପାୟନ ମେହେର, ଶଶିଭୂଷଣ ମାଝୀ, ଡମ୍ୱରୁଧର ମେହେର, ନୀଳମଣି ମେହେର, ନାରୟଣ ପାତ୍ର, ତୁଳସୀରାମ ମେହେର, ଗଳାମଣି ସା, ନବୀନଚଂଦ୍ର ମେହେର, ବୈଷ୍ଣବ ମେହେର, ମୋହନ ଚରଣ ଦାସ, ରୂପେଶ ଚଂଦ୍ର ମେହେର, ତରୁଣ କୁମାର ମେହେର, ନୀଲାଂଚଳ ମେହେର, ଖୁସିରାମ ମେହେର ପ୍ରମୁଖ ମଂଚରେ ଗ୍ରାମଦେବୀ ମାଁ ମହୁଲଗଛିଏନଙ୍କୁ ପୂଜାଅର୍ଚ୍ଚନା କରି ଭେଟଘାଟକୁ ଶୁଭାରମ୍ଭ କରିଥିଲେ
ପ୍ରାରମ୍ଭରେ କମିଟିର ସଂପାଦକ ପ୍ରଭାତ କୁମାର ମେହେର କାର୍ଯ୍ଯକ୍ରମର ଉଦ୍ଦେଶ୍ଯ ଜଣାଇବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହାପରେ କଳାକାରଙ୍କ ଦ୍ବାରା ସମ୍ୱଲପୁରୀ, ଡାଲଖାଇ, ମାଇଲାଜଡ଼ ଆଦି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଝାଙ୍କର ଭୁତା ମାଝୀଙ୍କୁ ଏହି ଅବସରରେ ମରଣୋତ୍ତର ସମ୍ୱର୍ଦ୍ଧନା ଦିଆଯାଇଥିବା ବେଳେ ଏହାକୁ ବର୍ତ୍ତମାନର ଝାଙ୍କର ଶରତ ମାଝୀ ଗ୍ରହଣ କରିଥିଲେ । କାର୍ଯ୍ଯକ୍ରମ ପୂର୍ବରୁ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ସହରର ବିଭିନ୍ନ ଦେବାଦେବୀ ମନ୍ଦିର ଯାଇଥିଲେ । ପରେ ଗ୍ରାମଦେବୀ ମନ୍ଦିରରୁ ଶକ୍ତି ଅଣାଯାଇ ଭେଟଘାଟ ମଂଚରେ ସ୍ଥାପନ କରାଯାଇଥିଲା । ପାରମ୍ପରିକ ବେଶଭୂଷା ଶୋଭାଯାତ୍ରାର ମୁଖ୍ଯ ଆକର୍ଷଣ ଥିଲା । ଏହି ଅବସରରେ କଣ୍ଠଶିଳ୍ପୀ ତ୍ରିନାଥ ମେହେର ଗାଇଥିବା ମାଁ ମହୁଳଗଛିଏନ୍ ଭିଡ଼ିଓ ଆଲବମ୍ କୁ ଉନ୍ମୋଚନ କରାଯାଇଥିଲା । ତେବେ ବର୍ଷା ଯୋଗୁଁ ଆହୁରି ଅନେକ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ହୋଇ ନପାରିବା ଉଭୟ ଆୟୋଜକ ଓ ଦର୍ଶକଙ୍କୁ ନିରାଶ କରିଥିଲା । କାର୍ଯ୍ଯକ୍ରମ ପରିଚାଳନାରେ ବେଣୁଧର ମେହେର, ଜିତେଂଦ୍ର ମେହେର, ରଜନୀ ମାଝୀ, ବୁଦ୍ଧଦେବ ମେହେର, ଶୈଲେଶ ସା, ନିତିଶ ମେହେର, ରଶ୍ମିରଞ୍ଜନ ସା, ହେମନ୍ତ ମେହେର, ସୁନିଳ ମେହେର, ସଂଗ୍ରାମ ମେହେର, ଲକି ମେହେର, ଦୀପକ ମେହେର, ସଜତ ଯୋଷୀ, ଭୀଷ୍ମରାଜ ମେହେର, ବିଶ୍ୱାସ ଯୋଷୀ, ଚୈତନ୍ଯ ମେହେର, ଦର୍ଶନ ମେହେର, ଯଶୋବନ୍ତ ମେହେର, ରୂପେଶ ମେହେର, ସୁବାଷ ମେହେର, ଫଳିଂଦ୍ର ମେହେର, କିରଣ ମେହେର, ହେମସାଗର ମେହେର, ମନୋଜ ଜଗତ, ତସ୍ମିନ ମେହେର, ନରସିଂହ ମେହେର, ମେଘା ମେହେର, ନମିତା ମେହେର, ଅଙ୍କିତା ମେହେର, ସାଗର ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ବାଦ୍ଯ ଯଂତ୍ରରେ ସ୍ୱର ସଙ୍ଗମ କଳାପରିଷଦ ସଦସ୍ଯ ସହଯୋଗ କରିଥିଲେ । ବିଭିନ୍ନ ସମୟରେ ସାହିତ୍ଯ, ସଂସ୍କୃତିକୁ ନେଇ ସିନାପାଲିରେ ବଡ଼ବଡ଼ କାର୍ଯ୍ଯକ୍ରମ ହେଉଥିବା ବେଳେ ଏଠାରେ ଅଡ଼ିଟୋରିମ୍ ଟିଏ ନଥିବା ବିଭିନ୍ନ ସମସ୍ଯା ସୄଷ୍ଟି କରୁଥିବା ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି ।
Post a Comment