ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଧୁମଧାମରେ ପାଳିତ ହୋଇଯାଇଛି ।ଏଥିପାଇଁ ଘରେ ଘରେ ଜମୁଛି ପିଠା ପଣାର ଆସର । ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ଅଞ୍ଚଳ ବାସୀ। ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଖାଇ ଭେଟ ଘାଟରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି । ଭାଇ ଚାରାର ଏହି ନିଆରା ପର୍ବ ନୂଆଁଖାଇରେ ନିଜ ପରିବାର ର ବନ୍ଧୁ ବାନ୍ଧବ ପରିବାର ସହ ସାମିଲ ହୋଇଛନ୍ତି । ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଁର ରାଧାକୃଷ୍ଣ ଛକ ପାଖରେ ଏକାଠି ହୋଇଥିଲେ ଲୋକେ । ସ୍ନେହ, ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ଭାବେ ନୂଆ ଚାଉଳ, ନୂଆ ଚୁଡ଼ା ଓ ଫଳ ଭଳି ୯ ପ୍ରକାର ବ୍ୟଞ୍ଜନ ଭୋଗ କରାଯାଇଥିଲା । ଘରର ମୁରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ଡିଆ ମାରି ଗ୍ରାମର ଅନେକ ଲୋକ ଏକାଠି ବସି ନୂଆ ଖାଇଛନ୍ତି । ଖଲି ଦନାରେ ଛଅ ତିଅଣ ନଅ ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି । ଏହି ଅବସରରେ ଆଖପାଖ ଅଞ୍ଚଳ ତଥା ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ । ଏହି ପରିପେକ୍ଷିରେ ପୂଜା କମିଟି ପକ୍ଷରୁ ଉପସ୍ଥିତ ଅତିଥିଙ୍କୁ ଗାମୁଛା ଓ ଫୁଲତୋଡ଼ା ଦେଇ ଉପଢୌକନ ଦିଆଯାଇଥିଲା । ଏହି ଅବସରରେ ମାର୍କଣ୍ଡ ଗହିର ସଭା ପରିଚାଳନା କରିଥିବା ବେଳେ ଧନେଶ୍ଵର ଗହିର, ତହସିଲ ଗହିର,ଘେନୁରାମ ସାଗରିଆ, ବନମାଳୀ ଗହିର, ଦେବାର୍ଚ୍ଚନ ଗହିର, ପିତବାସ ଗହିର, ହେତୁରାମ ଗହିର,ହେରାମ୍ବ ଗହିର,ମନିଯର କଟା,ଚୈତୁରାମ ବାଗ,ନକଳଧର ମାଝି,କେଶବ ରୋତି,ଯୁଧିଷ୍ଠିର ଗହିରଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ ଓ ଶ୍ରୀ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Post a Comment