ବାଲେଶ୍ବର, ୧୦/୮(ଲକ୍ଷ୍ମୀଧର ବାରିକ): ସ୍ବାଧୀନ ଭାରତର ଏକ ଐତିହାସିକ ଦିବସ ଅଗଷ୍ଟ ମାସର ନଅ ତାରିଖ ଯାହା ଅଗଷ୍ଟ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଇଥାଏ। ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଦିବସ ଅନୁଷ୍ଠିତ କରାଯାଇଛି। ଏଥିରେ ମୂଖ୍ଯବକ୍ତା ଭାବେ ରାଉରକେଲା ସ୍ଥିତ ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଆସୋସିଏଟ ପ୍ରଫେସର ଡ଼କ୍ଟର ପ୍ରଭାତ କୁମାର ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ପ୍ରଫେସର ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ। ଏହି ଅବସରର ଏହି ସ୍ଵତନ୍ତ୍ର ଦିବସର ସ୍ବାତନ୍ତ୍ର୍ଯ ଉଲ୍ଲେଖ ସହଅ ଗଷ୍ଟ ବିପ୍ଳବକୁ ନଅ ଅଗଷ୍ଟ ୧୯୪୨ ରେ ଘୋଷଣା କରାଯାଇଥିଲା, ଯେଉଁଥିପାଇଁ ନଅ ଅଗଷ୍ଟକୁ "ଅଗଷ୍ଟ ବିପ୍ଳବ ଦିବସ" ବା "ଅଗଷ୍ଟ କ୍ରାନ୍ତି ଦିବସ" ଭାବରେ ପାଳନ କରାଯାଏ ଓ ଏହା ପଛରେ ଥିବା ଇତିହାସ ହେଉଛି ଯେ ଜୁଲାଇ ୧୯୪୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଏକ ସଂକଳ୍ପ ପାରିତ କରିଥିଲା ଯେ ଯଦି ବ୍ରିଟିଶମାନେ ବର୍ତ୍ତମାନ ଭାରତ ଛାଡିବେ ନାହିଁ, ତେବେ ସେମାନଙ୍କ ବିରୋଧରେ ଦେଶବ୍ୟାପୀ ନାଗରିକ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହେବ ।ଏହିପରି ଅନେକ ତଥ୍ଯ ଉପସ୍ଥିତ ଅତିଥିଗଣ ନିଜ ଉଦବୋଧନରେ ପ୍ରକାଶ କରିଥିଲେ। ଏଥିସହିତ ଉପସ୍ଥିତ ଦର୍ଶକଙ୍କୁ ଅବଗତ କରାଇଥିଲେ ଯେ,ନଅ ଅଗଷ୍ଟ ୧୯୪୨ ମସିହାରେ 'କର ବା ମର' ସ୍ଲୋଗାନ ଦେଇ ବ୍ରିଟିଶ ଛାଡ ଇଣ୍ଡିଆ ଆନ୍ଦୋଳନର ସ୍ମୃତିରେ "ଅଗଷ୍ଟ କ୍ରାନ୍ତି ଦିବସ" ରେ ଦେଶର ସ୍ୱାଧୀନତା ପାଇଁ ସବୁକିଛି ବଳି ଦେଇଥିବା ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଏ ଅମର ଶହୀଦଙ୍କ ବୀରଗାଥା ସହ ସେମାନଙ୍କ ସଂଘର୍ଷ ସହ ଦେଶପାଇଁ ଥିବା ନିର୍ଭୀକ ନେତୃତ୍ବର ଉଦାହରଣ ଉପସ୍ଥାପନା କରିଥିଲେ। ଏଣୁ ଏହି ଦିବସ ପାଳନ ସହ ଆମେ ଯେଉଁ ବ୍ୟକ୍ତିତ୍ବ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ଆମକୁ ତଥା ଦେଶକୁ ସ୍ବାଧୀନତା ଦେଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ମାନ ପ୍ରଦାନ କରିବା ଆମର କର୍ତ୍ତବ୍ଯ ବୋଲି ଉଲ୍ଲେଖ କରିଛନ୍ତି। କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀମାନେ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ ଏବଂ ନିଜର ଲିଖିତ ପ୍ରବନ୍ଧ ଗୁଡିକର ପଠନ କରିଥିଲେ। ଏହି କାର୍ଯ୍ୟକ୍ରମଟି ବିଶ୍ବବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଆୟୋଜିତ ହୋଇଥିଲା।ବିଶ୍ବବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡ଼କ୍ଟର ପବିତ୍ର ମୋହନ ନାୟକ କାର୍ଯ୍ୟକ୍ରମ ସଂପର୍କିତ ସବିଶେଷ ସୂଚନା ଦେଇଥିଲେ ଓ ଡ଼କ୍ଟର ଶିଖାଶ୍ରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଜିନା ପ୍ରିୟଙ୍କା ଜେଠୀ କାର୍ଯ୍ୟକ୍ରମ ସଂଚାଳିକା ଭାବେ ଦାୟିତ୍ବ ନିର୍ବାହ କରିଥିଲେ, ଓ ଡ଼କ୍ଟର ସୌମୀ ସେନଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।
ଫକୀରମୋହନ ବିଶ୍ବବିଦ୍ୟାଳୟରେ "ଅଗଷ୍ଟ କ୍ରାନ୍ତି ଦିବସ" ପାଳିତ
ଆଜତକ ଓଡ଼ିଶା
0
Post a Comment