ଧର୍ମଗଡ: ୧୧/୦୮: ପ୍ରତିଦିନ ଯିବା ଆସିବା କରୁଛନ୍ତି। ଜନ ପ୍ରତିନିଧି ବି ଯିବା ଆସିବା କରୁଛନ୍ତି।ଦେଖୁଛନ୍ତି । ତଥାପି ଚୁପ୍। ପ୍ରଶାସନ କୁ ମଧ୍ଯ ଧନ୍ୟବାଦ ଦେବାକୁ ପଡ଼ିବ।କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଖ ରାସ୍ତା ପାଲଟିଛି ମରଣଯନ୍ତା। ଏହି ରାସ୍ତା ଦେଇ ସମସ୍ତ ଜନ ସାଧାରଣ ଯିବା ଆସିବା କରୁଛନ୍ତି, ଶହ ଶହ ଗାଡ଼ି ମୋଟର ମଧ୍ୟ ଯିବା ଆସିବା କରୁଛି। ଶୁକ୍ରବାର ଦିନ ପାଖରେ ସାପ୍ତାହିକ ବଜାର ବସେ। ସେଥି ପାଇଁ ଅଞ୍ଚଳର ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବା ଆସିବା ମଧ୍ୟ କରିଥାନ୍ତି। କିନ୍ତୁ ଏହି ବିଦ୍ୟାଳୟ ପାଖ ରାସ୍ତାରେ ବଡ ବଡ ଖାଲ ଥିବାରୁ ଲୋକେ ଯିବା ଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ଯ ଯିବା ଆସିବାରେ ସମସ୍ୟା ଦେଖା ଦେଇଥାଏ।କିଏ ଯଦି ସେହି ଖାଲରେ ପଡ଼ିଗଲା ତାହେଲେ କାଦୁଅରେ ଘାଣ୍ଟି ହୋଇ ମାଛ ଧରିବା ପରି ହେବ। ତତ୍ ସହିତ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟି ଧନ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ପ୍ରଶାସନ କିମ୍ୱା କୋକସରା ବ୍ଲକ୍ ପ୍ରଶାସନ ଦେଖି ଦେଖି ବି ନୀରବ ଦ୍ରଷ୍ଟା ସାଜିବାରୁ ବାଧ୍ୟ ହୋଇ ଗ୍ରାମର ଯୁବକ ସଂଘ ରାସ୍ତା ମରାମତି ପାଇଁ ଆଗେଇ ଆସିଛନ୍ତି। ପୂର୍ବତନ ସରପଞ୍ଚ ଧର୍ମବ୍ରତ ପଣ୍ଡା ଏବଂକିଛି ସହୃଦୟ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ବାଲି , ଗିଟି,ପଥର ଗୁଣ୍ଡ ପକାଇ ରାସ୍ତାର ମରାମତି କରିଛନ୍ତି ଗ୍ରାମର ଯୁବକ ସଂଘ। ଯୁବକ ସଂଘର ଏମିତି ଏକ କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Post a Comment