ରୋଟାରୀ କ୍ଲବ ଶାଶ୍ଵତର ଅଧିଷ୍ଠାନ ଦିବସରେ ରକ୍ତଦାନ


ବାଲେଶ୍ୱର, ୧୧/୯ (ଲକ୍ଷ୍ମୀଧର ବାରିକ): ରୋଟାରୀ କ୍ଲବ ଶାଶ୍ଵତର ଅଧିଷ୍ଠାନ ଦିବସ ଅବସରରେ ଆଜି ବାଲେଶ୍ୱର ଓଡିଶା ରକ୍ତ କେନ୍ଦ୍ର ବାଲେଶ୍ଵର ଠାରେ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିରରେ କ୍ଳବର ସଦସ୍ୟ ମାନେ ରକ୍ତଦାନ କରିଥିଲେ। ଏହି ଶିବିରକୁ କ୍ଳବର ବରିଷ୍ଠ ସଦସ୍ୟ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ରୋଟାରିଆନ କମଳ ଚକ୍ରବର୍ତ୍ତୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଳବର ସଭାପତି ଡ଼. ଉପେନ୍ଦ୍ରନାଥ ପାତ୍ର, ସମ୍ପାଦକ ଗୋବିନ୍ଦ ବଲ୍ଲଭ ଦଳାଇ, ହୃଷି କେଶ ସାହୁ, ବିଜୟ କୁମାର ଦାସ, ସଂଜୟ କୁମାର ମହାନ୍ତି, ସୁଦର୍ଶନ ଜେନା, ରାଜକିଶୋର ମିଶ୍ର, ଉଜ୍ଜ୍ୱଳ କୁମାର ପ୍ରଧାନ, ଦେବାଶିଷ ଚକ୍ରବର୍ତ୍ତୀ, ବିଜୟ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ନର୍ସିଂ ଅଫିସର୍ ସ୍ଵାତୀ ସୁଚରିତା ରାଜ, ରାଜେଶ ମିଶ୍ର, ଅକ୍ଷୟ ଜେନା ରକ୍ତ ସଂଗ୍ରହ କରିଥିଲେ।

Post a Comment

Previous Post Next Post