ନୁଆପଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ କାର୍ଯ୍ୟକ୍ରମର ଶୁଭାରମ୍ଭ


ନୁଆପଡ଼ା:- (ବିରବଲ ପ୍ରଧାନ) ନୂଆପଡା ନେସନାଲ ହାଇସ୍କୁଲ ଠାରେ ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ, ଖରିଆର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ତଥା ଜିଲ୍ଲାର ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସମାଜରୁ କୃମି ସଂକ୍ରମଣ ଦୂରକରି ପୁଷ୍ଟିସାଧନ କରିବା । ଏହି ଅବସରରେ ଚଳିତ ଅଗଷ୍ଟ ମାସ ୧୦ ତାରିଖ ଓ ୧୭ ତାରିଖରେ କୃମିନାଶକ ଔଷଧ ଖୁଆଇ ଏହି ସଂକ୍ରମଣକୁ ରୋକିବା ଏହି ଅଭିଯାନର ମୂଳ ଲକ୍ଷ୍ୟ . ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ନେସନାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଅଧିକାରୀଣି ହରପ୍ରିୟା ପଟେଲ, ଖରିଆରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ବିରେନ୍ଦ୍ର ବାଗ, ଜିଲ୍ଲା ପ୍ରକଳ୍ପ ପରିଚାଳକ ଦିଲ୍ଲୀପ କୁମାର ଦୁବେ, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ସଂଯୋଜକ ରଶ୍ମି ରଞ୍ଜନ ମହାନ୍ତି, ବ୍ଲକ ପ୍ରକଳ୍ପ ପରିଚାଳକ ଚନ୍ଦନ ହୋତା, PHEO ଚାନ୍ଦିନୀ କିଶାନ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଅତିଥିମାନଙ୍କୁ କୃମିନାଶକ ବଟିକା PPC ANM ସ୍ନେହଲତା ନନ୍ଦ ଦେଇ ଅତିଥିମାନଙ୍କ ଦ୍ବାରା ଏହି କୃମି ନାଶକ ବଟିକା ଖୁଆଇବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । HW (M) PPC ଟି. ଭଦ୍ରଚାର୍ଯ୍ୟ, ଆଶା ଓ ANM ଦିଦି ଏହାକୁ ସହଯୋଗ କରିଥିଲେ, । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ ।

Post a Comment

Previous Post Next Post