ବଲାଙ୍ଗିର : ୧୧/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଂକୁଳର ଜ୍ଞାନବିଜ୍ଞାନ ମେଳା ସରସ୍ଵତୀ ଶିଶୁ ମନ୍ଦିର ଯୋଗିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି। ପାଟଣାଗଡ ସଂକୁଳର ୮ଟି ବିଦ୍ୟାଳୟରୁ ୨୦୭ଜଣ ପ୍ରତିଭାଗି ଭାଇଭଉଣୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ୫ଜଣ ଆଚାର୍ଯ୍ୟ,ଆଚାର୍ଯ୍ୟା ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଉଦଘାଟନ ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଜତି ପଧାନ ସଭାପତିତ୍ୱ କରିଥିବାବେଳେ ଶ୍ରୀ ଖଗେଶ୍ଵର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଉପସଭାପତି ଶ୍ରୀ ବିରଞ୍ଚି ଅଗ୍ରୱାଲ ସମ୍ମାନୀତ ଅତିଥି ଭାବର ଯୋଗ ଦେଇଥିଲେ। ସଂକୁଳ ସଂଯୋଜକ ଶ୍ରୀ ସତ୍ୟନାରାୟଣଭୋକ୍ତା ଉଦ୍ଦେଶ୍ୟ କଥନ କରିଥିବାବେଳେ ଯୋଗିମୁଣ୍ଡା ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ଶ୍ରୀ ସୀମିତ କୁମାର ସାହୁ ଅତିଥି ପରିଚୟ କରି ସ୍ଵାଗତ ଭାଷଣ ଦେଇଥିଲେ। ବିଭିନ୍ନ ସରକାରୀ ଉଚ୍ଚବିଦ୍ୟାଳୟରୁ ୨୦ଜଣ ବିଚାରକ ଆସି ପ୍ରକଳ୍ପ,ପତ୍ରବାଚନ, ପ୍ରୟୋଗ,କଥାକଥନ, ସଂଗୀତ, ମୂର୍ତ୍ତିକଳାରେ ନିର୍ଣ୍ଣାୟକ ଦାୟିତ୍ୱ ତୁଳାଇ ସହଯୋଗ କରିଥିଲେ। ଶିଶୁ ବିଦ୍ୟାମନ୍ଦିରମାନଙ୍କରୁ ୧୯ ଜଣ ପରିଚାଳକ ଉପସ୍ଥିତ ରହି ପ୍ରଶ୍ନମଞ୍ଚ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଯୋଗିମୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ଦୀପକ ପଧାନ, ଜୁରିଆ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପରମାନନ୍ଦ ଖମାରୀ, ଧଣ୍ଡା ମୁଣ୍ଡା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ ମହାପାତ୍ର, ତମିଆଁ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ତ୍ରିଲୋଚନ ସାହୁ, ଭଇଷାଁ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନିଲିମା ନାଏକ ଉପଦେଷ୍ଟା ସଦସ୍ୟ ଶ୍ରୀ ସୂର୍ଯ୍ୟନାରାୟଣ ମେହେର ତଥା ସ୍ଥାନୀୟ ପରିଚାଳନା ସମିତିର ଉଦ୍ୟମ, ଗୁରୁଜୀ,ଗୁରୁମା, ସେବକ,ସେବିକା ଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସଫଳ ହୋଇଛି। ପରିଶେଷର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment