ସିନ୍ଧେକେଲାରେ ବ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ


ସିନ୍ଧେକେଲା,୨୭/୮(ଆଜତକ୍ ଓଡ଼ିଶା) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ମେନରୋଡ଼ ସ୍ଥିତ ବ୍ରହ୍ମାକୁମାରୀ ଉପକେନ୍ଦ୍ର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଶ୍ରୀକୃଷ୍ଣ ଭଗବାନଙ୍କୁ ଗଙ୍ଗାଜଳ ଓ କ୍ଷୀରରେ ସ୍ନାନ କରାଯାଇ ପରେ ଏକ ସୁସଜ୍ଜିତ ଦୋଳିରେ ପୂଜା ମଣ୍ଡପକୁ ଅଣାଗଲା । ଏହି ଅବସରରେ ସିନ୍ଧେକେଲା ବ୍ରହ୍ମାକୁମାରୀ ଉପକେନ୍ଦ୍ର ସଂଚାଲିକା ମନୀଷା ଦିଦି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେବଳ ପାଳନ କରିବା ତାହା ନୁହେଁ ଶ୍ରୀକୃଷ୍ଣ ଙ୍କ ଭଳି ପବିତ୍ର ଚରିତ୍ର ହେବା ପାଇଁ ଆଜି ଏହି ପବିତ୍ର ଉତ୍ସବରେ ସମସ୍ତଙ୍କୁ ପ୍ରତିଜ୍ଞା ନେବା ପାଇଁ ପରାମର୍ଶ ଦେଇଥିଲେ । ସଂସ୍ଥା ସହ ଜଡିତ ଶିଶୁମାନେ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୁହୁରାପାଳି ଗ୍ରାମର ଶିବାନି ଓ ପ୍ରଜ୍ଞା ସୁନ୍ଦର ରେକର୍ଡ ଡ୍ୟାନ୍ସ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲେ ।ପରେ ଦହିହାଣ୍ଡି ଫୋଡି ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ରାଧିକା ଭଉଣୀ ସମେତ ବିକେ ବିଷ୍ଣୁ , ବିକେ ଇନ୍ଦ୍ରଜିତ ଓ ସଂସ୍ଥା ସହ ଜଡିତ ସମସ୍ତ ସଦସ୍ୟ ବିଶେଷ ସହଯୋଗ କରିଥିବା ବେଳେ ବିଶେଷ ଅତିଥି ଭାବରେ ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ , ସମ୍ପାଦକ ସୁନିଲ ଜୈନ , ତେରାପଂଥ ସଭା ଅଧ୍ୟକ୍ଷ ରାମ ଅବତାର ଜୈନ , ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ସାମ୍ବାଦିକ ଦିନେଶ ଜୈନ , ଭଗବାନ ଜୈନ , ରୂପେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post