ସୋମବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ଡୁଆଝର ର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ତନୟା ଶବର ଉଦଘାଟନ କରିଥିଲେ, ସଭାପତି ନୃପରାଜ ଶବର ଆଶୀର୍ବଚନ ପ୍ରଦାନ କରିଥିବା ବେଲେ ସମ୍ପାଦକ ପ୍ରଫୁଲ୍ଲ କୁମାର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରମେଶ କୁମାର ହଂସ ବିଜ୍ଞାନ ମେଳାର ଉଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ କରିଥିଲେ, ସଂଯୁକ୍ତା ସାହୁ, ଲକ୍ଷ୍ମୀକାନ୍ତ ରଣା, ଚନ୍ଦ୍ରମଣି ସାହୁ, ସୁଶାନ୍ତ କୁମାର ମେହେର ବିଚାରକ ଭାବରେ ଉପସ୍ଥିତ ରହି ଶିଶୁମାନଙ୍କର ମୂଲ୍ୟାଙ୍କନ କରିଥିଲେ, ଆଚାର୍ଯ୍ୟ ପ୍ରବୀଣ ସାହୁ ମଞ୍ଚପରିଚାଳନା କରିଥିବା ବେଲେ ବିଜ୍ଞାନ ଆଚାର୍ଯ୍ୟ ରାମ ପ୍ରକାଶ ପଟେଲ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ୧୮୫ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା, ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ପାଇଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment