ନୁଆପଡ଼ା:- (ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ପରିଷଦ ଜୋନ ୮ର ସଦସ୍ୟ ଭାନୁପ୍ରତାପ ସିଂ ମାଝୀ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ନୂଆପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଜିଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ଜିଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତାଙ୍କ ସହ ଥାନାକୁ ଆସି ବିଧାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ୧୯ ଜୁଲାଇରେ ଜିଲା ସଦର ମହକୁମା ସଦ୍ଭାବନା ସଭାଗୃହରେ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ ଚାଲୁଥିଲା । ବୈଠକରେ ଜିଲା ପରିଷଦ ଅଧ୍ଯକ୍ଷା ଅଧ୍ଯକ୍ଷତା କରୁଥିବା ବେଳେ ଜିଲାପାଳ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ, ବିଧାୟକ, ଖଡିଆଳ ବିଧାୟକଙ୍କ ସହ ଅନେକ ଜିଲାସ୍ତରୀୟ ଅଧିକାରୀ ଓ ଜିଲା ପରିଷଦର ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଜିଲାପରିଷଦ ସଭ୍ୟ ଜିଲା ମଙ୍ଗଳ ଅଧିକାରୀଙ୍କୁ ଜିଲାରେ ଚାଲିଥିବା ଅନ୍ୱେଷା ଯୋଜନାରେ ନିମ୍ନମାନର ଖାଦ୍ୟ ଯୋଗାଇ ଦେଉଥିବା ନେଇ କୈଫିୟତ ତଲବ କରିଥିବା ବେଳେ ଏଥିରେ ବିଧାୟକ ଶ୍ରୀ ଢୋଲକିଆ ଉତ୍କ୍ଷିପ୍ତ ହୋଇ ସମାଲୋଚନା କରିଥିଲେ । ଏସଂପର୍କରେ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏନେଇ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ, ନୂଆପଡ଼ା ପିସିଆର ଡିଏସ୍ପି ଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ବିଧାୟକ ଶ୍ରୀ ଢୋଲକିଆଙ୍କୁ ପଚାରିବାରୁ, ଘଟଣା ଦିନ ଯାହା ହୋଇଛି.. ତାହା ସମସ୍ତେ ଦେଖିଛନ୍ତି । ଏଣୁ ବିଶେଷ କିଛି କହିବାର ନାହିଁ । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କାହାର ଆକ୍ଷେପ କରିବା ଠିକ ନୁହେଁ । ଯଦି ମୁଁ ଭୁଲ କରିଛି, ତେବେ ଜିଲା ପରିଷଦ ବୈଠକ ପରେ ଜିଲା ପରିଷ ସଭ୍ୟ ଶ୍ରୀ ମାଝୀ ଗଣାମଧ୍ଯମକୁ ପ୍ରତିକ୍ରିୟା ଦେଇ ସାର୍ବଜନୀନ ଭାବେ ମୋତେ କାହିଁକି କ୍ଷମା ମାଗୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

Post a Comment