ମଦ କୋଠୀ ବନ୍ଦ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ମହିଳା


ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ମହିଳା ମାନେ ଆସି ଘେରାଉ କରିଥିଲେ। ମଦ କୋଠୀ ଖୋଲିବା ଦ୍ବାରା ପରିବାରର ପୁରୁଷ ମାନେ ମଦ ପିଇ ଅସାମାଜିକ କାର୍ଯ୍ୟ କୁ ଭିଆଉଛନ୍ତି। ବିଜୁ ଏକ୍ସପ୍ରେସ ୱେ କଡ଼ ବ୍ୟାପକ ମଦ କୋଠୀ ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲି ରହିଛି । ଯଦ୍ୱାରା ଗ୍ରାମର ପୁରୁଷ, ଯୁବକ ଏବଂ ନାବାଳକ ମାନେ ମଦ ପିଇ ଅସାମାଜିକ କାର୍ଯ୍ୟ କରିଥିବା ବେଳେ ପାରିବାରିକ ହିଂସା, ମହିଳାଙ୍କୁ ଅତ୍ୟାଚାର, ପରିବାର ର ଆର୍ଥିକ ମାନଦଣ୍ଡ ରେ ପ୍ରଭାବ ପଡୁଛି। ତେଣୁ ଏହି ମଦ କୋଠୀ କୁ ବନ୍ଦ ନେଇ ମହିଳା ମାନେ ଜିଲ୍ଲାପାଳ ଓ ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ। ତାଙ୍କ ଦାବୀ ଉପସ୍ଥାପନ କରିଛନ୍ତି। ଏସପି ସାକ୍ଷାତ କରି ଆସନ୍ତା ଦିନରେ ପଦକ୍ଷେପ ଗ୍ରହଣ କରାଯିବ ନେଇ ପ୍ରତିଶୃତି ପରେ ମହିଳା ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post