ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ର ବାଲେଶ୍ୱର ଜିଲ୍ଲା କମିଟି ଗଠିତ


ବାଲେଶ୍ୱର, ୮/୮(ଲକ୍ଷ୍ମୀଧର ବାରିକ): ବାଲେଶ୍ୱର,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଗଠନର ସଭାପତି ବିକାଶ କୁମାର ଦାସ ଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ ସଭାଗୃହରେ ଅନୁଷ୍ଠିତ ହୋଇଯାଇ ଅଛି।ଏହି ସଭାରେ ସଙ୍ଗଠନକୁ କିପରି ଭାବେ ସଂଗଠିତ କରାଯିବ ଏବଂ ଚାଷୀ,ମୂଲିଆ,ଓ ଶ୍ରମିକଙ୍କ ସାମାଜିକ ସୁରକ୍ଷା ତଥା ସ୍ୱାର୍ଥ ରକ୍ଷା ପାଇଁ ସଂଗଠନ କିଭଳି ଭାବେ କାର୍ଯ୍ୟ କରିବ ସେ ନେଇ ବିସଦଭାବେ ରେ ଆଲୋଚନା ହୋଇଥିଲା।ପ୍ରଥମେ ୨୦୨୧ ମସିହାରେ ହୋଇଥିବା ସଂଗଠନର ଜିଲ୍ଲା କମିଟିକୁ ସଂଗଠନର ରାଜ୍ୟ ସଭାପତି ଡ଼.ରାମଚନ୍ଦ୍ର ଖୁଣ୍ଟିଆ ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକଙ୍କ ପରାମର୍ଶ କ୍ରମେ ଭାଙ୍ଗି ଦିଆଯାଇ ଥିଲା।ଏବଂ ତତ୍କାଳ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରାଯାଇ ଏକ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା।ପ୍ରଥମେ ବିକାଶ କୁମାର ଦାସ ଙ୍କୁ ସର୍ବସମ୍ମତି କ୍ରମେ ପୁଣିଥରେ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯିବାପରେ ଜୀବନ କୃଷ୍ଣ ବାରିକ ଙ୍କୁ ସାଧାରଣ ସମ୍ପାଦକ,ଓ ଗଣମାଧ୍ୟମ ସଂଯୋଜକ,ଅଜିତ କୁମାର ଦାସ ମହାପାତ୍ର ଙ୍କୁ କୋଷାଧ୍ୟକ୍ଷ,କୁମୁଦିନି ଦାସ ଙ୍କୁ ଉପସଭାପତି,ରଞ୍ଜନ କୁମାର ବେହେରା ଉପସଭାପତି,ସୁରେଶ କୁମାର ଜେନା ଉପସଭାପତି,ନିତ୍ୟାନନ୍ଦ ମିଶ୍ର ଉପସଭାପତି, ମାୟାଧର ବେହେରା ସମ୍ପାଦକ,ଜ୍ୟୋତିସ୍ମିତା ବେହେରା ସମ୍ପାଦକ,କଳ୍ପନା ତପସ୍ୱୀ ସମ୍ପାଦକ,ସୁମିତ୍ରା ତପସ୍ୱୀ ସମ୍ପାଦକ,ଅଭିନାଶ ରାଉଳ ସହସମ୍ପାଦକ,ରମେଶ ଚନ୍ଦ୍ର ଦାସ ସମ୍ପାଦକ,ରାମକୃଷ୍ଣ ପଟ୍ଟାୟତ ଆଇନ ପରାମର୍ଶ ଦାତା,ରବୀନ୍ଦ୍ର ପ୍ରତିହାରୀ,କାର୍ତ୍ତିକ ଚନ୍ଦ୍ର ଗିରି,ତପନ କୁମାର ଜେନା,ସୁଶାନ୍ତ କୁମାର ସାହୁ,ଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।ଅନୁରୂପ ଭାବେ କୁମୁଦୁନି ଦାସ ଙ୍କୁ ରେମୁଣା,ସଦର,ବସ୍ତା ,ରଞ୍ଜନ କୁମାର ବେହେରା ଙ୍କୁ ସୋର,ଖଇରା,ସିମୁଳିଆ,ଔପଦା,ସୁରେଶ କୁମାର ଜେନା ଙ୍କୁ ନିଳଗିରି,ବାହାନଗା,ଜଳେଶ୍ବର,ମାୟାଧର ବେହେରା ଙ୍କୁ ବାଲିଆପାଳ ଓ ଭୋଗରାଇ ବ୍ଲକ ରେ ବ୍ଲକ ସଭାପତି ଚୟନ କରି ଅଗଷ୍ଟ ୧୫ ରୁ ୧୮ ତାରିଖ ଭିତରେ ବ୍ଲକ ସଭାପତି ମାନଙ୍କ ନାଁ ଓ ଫୋନ ନଂ ଜିଲ୍ଲା କମିଟି ପାଖରେ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଶେଷରେ ଜୀବନ କୃଷ୍ଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରାଯାଇଥିଲା।

Post a Comment

Previous Post Next Post