ଧର୍ମଗଡ଼ (ଆଜତକ୍ ଓଡ଼ିଶା) ଧର୍ମଗଡ଼ ସହର ଆଜି ଗତକାଲି ପ୍ରବଳ ବର୍ଷା ଫଳରେ ଏସ ଟି ସ୍କୁଲ ଛକରେ ପୁଣି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତ୍ରୁଟି ପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ଏସ ଟି ସ୍କୁଲ୍ ଛକ ଠାରେ ଆଣ୍ଠୁଏ ପାଣି ଜମା ହୋଇ ରହିବା ସହ ନିକଟସ୍ଥ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ବର୍ଷାଜଳ ପଶି ଯିବା ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥଲା। ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମ ରେ ପ୍ରସାରିତ ହେବା ପରେ ଆଜି ଆକ୍ସନ ମୁଡ କୁ ଆସିଛି ଧର୍ମଗଡ ଏନଏସି।
ଡ୍ରେନ ସଫା କରିବାକୁ ଯାଇ କିଛି ବ୍ୟବସାୟୀଙ୍କ ସେଡ ଭାଙ୍ଗି ଦେବା ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସମୟ ନ ଦେଇ ଅନ୍ୟାୟ ଭାବେ ସେଡ୍ ଭାଙ୍ଗିଦେବା ଘଟଣାକୁ ନେଇ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସହର ମଧ୍ୟରେ ଥିବା ଡ୍ରେନ ଗୁଡ଼ିକର ସଫେଇ କାମ ବର୍ଷା ଦିନ ପୂର୍ବରୁ କରିବାର ନିୟମ ଥିଲେ ହେଁ ଧର୍ମଗଡ ଏନ୍ଏସି ଏଥିରେ ବାରମ୍ବାର ଅବହେଳା ପ୍ରଦର୍ଶନ କରୁଅଛି। ପ୍ରବଳ ବର୍ଷା ହେଳେ ଆଉ ଲୋକଙ୍କ ଅଭିଯୋଗ ଆସିଲେ ବର୍ଷା ଦିନରେ ଡ୍ରେନ ସଫେଇ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି।
Post a Comment