ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ସଭା


ସିନାପାଲି:୨୬/୦୮- ଆସନ୍ତା ଶାରଦୀୟ ଦୁର୍ଗାପୂଜା ନିମନ୍ତେ ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ସଭା ଗତ ବର୍ଷର ସଭାପତି ଆଲୋକ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଏହି କମିଟି ୪୭ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ରାମକୃଷ୍ଣ ମେହେର, ସଂପାଦକ ଝସକେତନ ମେହେର, ସହସଂପାଦକ ଭୀଷ୍ମରାଜ ମେହେର ଓ କୋଷାଧ୍ଯକ୍ଷ ଭାବରେ ମହେଂଦ୍ର ମେହେର ଙ୍କୁ ମନୋନିତ କରାଯାଇଛି । ପୂଜାକୁ ଭବ୍ଯ ଓ ଶୃଙ୍ଖଳିତ କରିବା ପାଇଁ ଏହି ସଭାରେ ବିଶଦ ଆଲୋଚନା କରାଯାଇଛି । ଅନ୍ଯମାନଙ୍କ ମଧ୍ଯରେ ସଭାରେ ତପେଶ୍ୱର ମେହେର, ବିଜୟ ମେହେର, ମୁରଳୀଧର ମେହେର, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ହାଡ଼ୁରାମ ମେହେର, ପ୍ରବୀଣ ମେହେର, ଜିତେଂଦ୍ର ମେହେର, ବୈବସୁତ ମେହେର,ନିତିଶ ମେହେର, ଫଣିଂଦ୍ର ମେହେର, ବୁଦ୍ଧଦେବ ମେହେର, ପ୍ରଭାତ, ହେମନ୍ତ, ରକି, ପିଲୁ, ବବଲୁ, ଲୋକନାଥ, ଧବଲେଶ୍ୱର, ଦେବାଶିଷ, ଚଂଦ୍ରଶେଖର, ଓମପ୍ରସାଦ, ସୋହନ, ମନୋରଞ୍ଜନ, ରାକେଶ, ଖଗେଶ୍ୱର, କ୍ଷିରୋଦ, ସାଗର ପ୍ରମୁଖ ସଦସ୍ଯ ଉପସ୍ଥିତ ଥିଲେ । ଶେଷରେ ନିଳାଂଚଳ ମେହେର ଧନ୍ଯବାଦ ଦେଇଥିଲେ ।

Post a Comment

Previous Post Next Post