ନୀଳଜି ଶିଶୁମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ


ସିନାପାଲି (ପରମେଶ୍ୱର ମେହେର) ୨୬/୮ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଗ୍ରାମରେ ଥିବା ସରସ୍ବତୀ ଶିଶୁମନ୍ଦିର ଠାରେ ଖୁବ ଉତ୍ସାହ ଓ ଉଦ୍ଦୀପନା ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସଭାରେ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପରମେଶ୍ୱର ଖମାରି ଅବସର ପ୍ରାପ୍ତ ମୃର୍ତ୍ତିକା ସଂରକ୍ଷଣ ଓଭର ସିଅର , ମୁଖ୍ୟ ବକ୍ତା ଭାବରେ ନୀଳଜି କ୍ଲଷ୍ଟର ର ସି ଆର ସି ସି ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟିର ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ଓ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ତାରା ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଥିଲେ । ଆଚାର୍ଯ୍ୟ ଶ୍ରୀ ମୀନ କେତନ ହଂସ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ। କୁନି କୁନି ଛାତ୍ରୀ ମାନେ ଅତିଥି ମାନଙ୍କୁ ଫୁଲ ଚନ୍ଦନ, ନାରିକେଳ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥିଗଣ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରି ଭଗବାନ ଶ୍ରୀକୃଷ୍ଣ , ବିଦ୍ୟାଦାତ୍ରୀସରସ୍ବତୀ ଦେବୀ ଓ ଭାରତ ମାତାଙ୍କ ପୂଜାର୍ଚନା କରିଥିଲେ। ଛାତ୍ର ଛାତ୍ରୀ ମାନେ ସୁ ଲଳିତ କଣ୍ଠ ରେ ପ୍ରାର୍ଥନା ଓ ଭକ୍ତି ସଂଗୀତ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଶାନନ୍ଦ କୁମ୍ଭାର ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ଅତିଥିଗଣ ଯୋଗୀରାଜ ଶ୍ରୀକୃଷ୍ଣ ମହାପ୍ରଭୁ ଙ୍କ ପରି ମାତୃ ପିତୃ ଭକ୍ତ, ଗୁରୁ ଭକ୍ତ ଓ ଧର୍ମ ରକ୍ଷକ ହେବା ପାଇଁ ନିଜ ବକ୍ତବ୍ୟ ଜରିଆରେ ଛାତ୍ର ଛାତ୍ରୀ ମାନ ଙ୍କୁ ଉତ୍ସାହିତ କରିଥିଲେ ।ସଭାଶେଷରେ ଆଚାର୍ଯ୍ୟ ଶ୍ରୀ ବୀରଭଦ୍ର ସା ଅତିଥିଗଣ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ୩୫ ଜଣ ଛାତ୍ର ଛାତ୍ରୀ ଶ୍ରୀକୃଷ୍ଣ, ରାଧା, ଯଶୋଦା ଓ ବଳରାମ ବେଶରେ ସଜ୍ଜିତ ହୋଇ ଆସିଥିଲେ । ଶ୍ରୀକୃଷ୍ଣ ବେଶ ଧାରୀ ଛାତ୍ର ମାନଙ୍କ ଦ୍ୱାରା ଦହି ହାଣ୍ଡି ଭଗ୍ନ କରାଯାଇଥିଲା । ଏହି ଦୃଶ୍ୟ ଅତି ସୁନ୍ଦର ଓ ଚମତ୍କାର ହୋଇଥିଲା । ପରେ ଛାତ୍ରୀ ଗଣ ଭକ୍ତି ସଂଗୀତ ତାଳେ ତାଳେ ମନଛୁଆଁ ନୃତ୍ୟ ପରିବେଷଣ କରିଥିଲେ । ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।ଏହି ଉତ୍ସବ ଆୟୋଜନ କରିବାରେ ଆଚାର୍ଯ୍ୟ ସରୋଜ ସୁନାନୀ, ଅଖିଳେଶ ପାଣ୍ଡେ, ସୁନେଶ୍ୱର ପୁଞ୍ଜି, ବେଣୁଧର ନିଆଲ, ଖିରାଦ୍ରୀ ସୁନାନୀ, ଆଚାର୍ଯ୍ୟା ଡ଼ୁମେର ମତି ଗହୀର ଓ ପ୍ୟାରୀ ସା ସହଯୋଗ କରିଥିଲେ ।

Post a Comment

Previous Post Next Post