ଯୋଗିମୁଣ୍ଡା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ


ବଲାଙ୍ଗିର : ୨୬/୮ (ଗଣେଶ ଦାସ) ବିଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଯୋଗିମୁଣ୍ଡା ଶିଶୁ ମନ୍ଦିରରେ ମହାଆଡ଼ମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହିତ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୀମିତ ସାହୁ ଶ୍ରୀକୃଷ୍ଣଙ୍କ ମହିମା ଗାନ କରିଥିଲେ। ଆଚାର୍ଯ୍ୟା ପୁନମ ବାଗ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ କଥନ କରିଥିଲେ। ଏହା ପରେ ପରେ ଶୋଭାଯାତ୍ରାରେ ଆସି ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଶ୍ରୀକୃଷ୍ଣଙ୍କ ଲବଣୀ ଚୋର ଅଭିନୟବେଶ ଆନନ୍ଦଦାୟକ ଥିଲା।


ପରିଚାଳନା ସମିତିର ଶ୍ରୀ ପ୍ରକାଶ ଅଗ୍ରୱାଲ, ଶ୍ରୀ ଯୁବରାଜ ମେହେର ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।ରାଧା, କୃଷ୍ଣ, ଗୋପୀ, ଗୋପାଳ ବେଶରେ ବହୁ ସଂଖ୍ୟଙ୍କ ଭାଇ ଭଉଣୀ ଆସି ମନରେ ଧାର୍ମିକ ଭାବନା ସୃଷ୍ଟି କରିଥିଲେ, ସତରେ ଯେମିତି ଲାଗୁଥିଲା ଆମ ଶିଶୁ ମନ୍ଦିର ହିଁ ଗୋପ ବୃନ୍ଦାବନ । ଅଭିଭାବକ ଅଭିଭାବିକାମାନେ ଆସି ଶିଶୁଭାଇ ଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ପ୍ରସାଦ ସେବନ କରି ସମସ୍ତେ ଘରକୁ ଯାଇଥିଲେ।

Post a Comment

Previous Post Next Post