ସିନାପାଲି:୦୨/୦୮- ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ଵତୀ ଶିଶୁ ବିଦ୍ଯାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏନେଇ ଅନୁଷ୍ଠିତ ଉଦଘାଟନ ସଭାରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ଭାଜପା ସଭାପତି ସୁବ୍ରତ କୁମାର ଠାକୁର ଓ ମୁଖ୍ଯବକ୍ତା ଭାବରେ ବାମଦେବ ଦାଶ ଯୋଗଦେଇ ଶିଶୁ ମାନଙ୍କ ବୈଜ୍ଞାନିକ ମନୋବୃତି ଦ୍ଵାରା ଦେଶର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନଆଚାର୍ଯ୍ଯ ଚରଣ ନେତାମ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଆଚାର୍ଯ୍ଯ ସ୍ୱପ୍ନ କୁମାର କାଣ୍ତ ଧନ୍ଯବାଦ ଦେଇଥିଲେ ା ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ ବର୍ଗରେ ମୋଟ ୨୫୬ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏଥିସହ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ନିବନ୍ଧ, ପ୍ରୟୋଗ ଆଦି ବିଭାଗରେ ମଧ୍ଯ ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସମସ୍ତ ବିଭାଗରୁ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ସମାରୋପ ଉତ୍ସବରେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସମାରୋପ ସଭାରେ ମୁଖ୍ଯ ଅତିଥି ଭାବରେ ଏବିଇଓ ପ୍ରଦୀପ କୁମାର ପଣ୍ତା ଓ ମୁଖ୍ଯବକ୍ତା ଭାବରେ ଶିକ୍ଷକ ଲଳିତ କୁମାର ସୁନାରୀ ଯୋଗ ଦେଇଥିଲେ ା ପ୍ରଧାନ ଆଚାର୍ଯ୍ଯ ଚରଣ ନେତାମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବାମଦେବ ଦାଶ ଧନ୍ଯବାଦ ଦେଇଥିଲେ ା ବିଦ୍ଯାଳୟର ବିଜ୍ଞାନ ପ୍ରମୁଖ ଦେବାଶିଷ ନାୟକ, ଗଣିତ ପ୍ରମୁଖ ହୄଦାନନ୍ଦ ମେହେର, ସଂସ୍କୃତି ପ୍ରମୁଖ ପଂଚାନନ ନାୟକ କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀଗୁରୂମା, ସେବକସେବିକା ଓ ବିଦ୍ଯାଳୟ ପରିଚାଳନା କମିଟୀ କର୍ମକର୍ତ୍ତା ସହଯୋଗ କରିଥିଲେ ।

Post a Comment