ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠି ଶିକ୍ଷା ଅନ୍ତର୍ଗତ ସିନାପାଲି କ୍ଲଷ୍ଟର ତରଫରୁ ସ୍ଥାନୀୟ କେଂଦ୍ର ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ମେହେରଙ୍କୁ ଶନିବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ା ସିଆରସିସି ପ୍ରସନ୍ନ କୁମାର ମାଝୀଙ୍କ ସଭାପତିତ୍ୱରେ ଏ ନେଇ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରଦୀପ କୁମାର ପଣ୍ତା ଓ ମୁଖ୍ଯବକ୍ତା ଭାବରେ ଶିକ୍ଷକ ବିଜୟ କୁମାର ସାହୁ ଯୋଗ ଦେଇଥିଲେ ା ସେହିପରି ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଏବିଇଓ ପ୍ରଭାତ କୁମାର ପାତ୍ର, ପ୍ରଭାକର ମହାଉତି, ଶିକ୍ଷୟିତ୍ରୀ ଅସ୍ମିତା ପାଢ଼ୀ, ଶିକ୍ଷକ ହୄଦାନନ୍ଦ ମେହେର, କିଶୋର କୁମାର ସାହୁ ଓ ବିଦାୟୀ ଶିକ୍ଷକ ପୁରନ୍ଦର ମେହେର ମଂଚାସୀନ ଥିଲେ ା ଏ ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀମେହେରଙ୍କୁ ମାନପତ୍ର ଓ ଊପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଶୃଙ୍ଖଳିତ, ନିଷ୍ଠାପର ଓ ସମର୍ପିତ ଜୀବନ ଅନ୍ଯମାନଙ୍କ ପାଇଁ ଆଦର୍ଶ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ା ନିକଟରେ ଅବସର ଗ୍ରହଣ କରିଥିବା ଏବିଇଓ ପ୍ରଭାତ କୁମାର ପାତ୍ର ଓ ପ୍ରଭାକର ମହାଉତିଙ୍କୁ ମଧ୍ଯ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ା ପ୍ରାରମ୍ଭରେ ଶିକ୍ଷକ ଲୋଚନ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭା ପରିଚାଳନା କରିଥିଲେ ା ଶିକ୍ଷୟିତ୍ରୀ ସନ୍ତୋଷିନୀ ମେହେର ମାନପତ୍ର ପଠନ କରିଥିଲେ ା କାର୍ଯ୍ଯକ୍ରମ ପରିଚାଳନାରେ ଶିକ୍ଷକ ଲୋକନାଥ ମେହେର, ହୀରାଲାଲ ସାହୁ, ନିକୁଞ୍ଜ ବିହାରୀ ସା, ଭୀମସେନ ମେହେର, ଉଜ୍ଜଳ ସିଂ ସୋରୀ, ତିଲ କୁମାର ତାଣ୍ତି, ଅଚ୍ଯୁତାନନ୍ଦ ମେହେର, ମିତାଞ୍ଜଲୀ ଖମାରୀ, ପିନାକ ମେହେର ପ୍ରମୁଖ ସହଯୋଗ କରିଥିଲେ ା ଅନ୍ଯମାନଙ୍କ ମଧ୍ଯରେ ବିଦ୍ଯାଧର ମେହେର, ବୈଷ୍ଣବ ମେହେର, ପ୍ରକାଶ ମେହେର, ସତ୍ଯରୂପା ଯୋଷୀ, କୁସୁମା ମଞ୍ଜରୀ ତାଣ୍ତି, ରାଜେଂଦ୍ର ନାରାୟଣ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ା ଶେଷରେ ଅତୁଳ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ା ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment