କଲମପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ୨୦୨୪ ଗଠନ


କଲମପୁର -୨୮/୦୮(ଆଜତକ ଖବର/ଶରତ ଚନ୍ଦ୍ର ସୁନାନୀ) କଲମପୁର ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଆଜି କଲମପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ୨୦୨୪ ଶତାଧିକ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ଚୟନ କରାଯାଇଛି। ଏଥିରେ ସଭାପତି ଭାବେ ଉମାଶଙ୍କର ଶର୍ମା,ଉପ ସଭାପତି ଜଗନ୍ନାଥ ନାଏକ, ସାଧାରଣ ସମ୍ପାଦକ ଘନ ଶ୍ୟାମ ନାଏକ,ଯୁଗ୍ମ ସମ୍ପାଦକ ଅଜିତ ନିମୁଲିଆ, କୋଷାଧ୍ୟକ୍ଷ ଭାବେ ସୁଶିଲ କୁମାର ଜୈନ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ମନୋଜ କୁମାର ଶର୍ମା,ଚେରୁ ନାଏକ,ସନାତନ ପାଣ୍ଡେ ନବୀନ ପଣ୍ଡା, ନୀହାର ସାହୁ,ଶ୍ରୀଧର ମାଝି, ଟୁନା ନାଏକ,ରାମ ତେଜି, ସୁଶିଲ ପତି, ଶ୍ରୀବତ୍ସ ପଣ୍ଡା,ଚିତ୍ତ ମିଶ୍ର ,ଦିନୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ନୂଆଁଖାଇ ଉତ୍ସବ ପରି ସମାପ୍ତି ପରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମନୋନୀତ କମିଟି ସଦସ୍ୟଙ୍କ ଠାରୁ ସୁଚନା ମିଳିଛି।

Post a Comment

Previous Post Next Post