ସିନାପାଲି : ଆସନ୍ତା ମାସ ଆଠ ତାରିଖରେ ଗଣପର୍ବ ନୂଆଁଖାଇ ଥିବା ବେଳେ ଏହି ଦିନ ସଂଧ୍ଯାରେ ନୂଆଁଖାଇ ଭେଟ୍ ଅନୁଷ୍ଠିତ କରିବାକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ନାଗରୀକ ପୂର୍ଣ୍ଣଚଂଦ୍ର ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରାରମ୍ଭରେ ବେଣୁଧର ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏଥିରେ ସିନାପାଲିର ପ୍ରାୟ ପ୍ରତ୍ଯେକ ପଡ଼ାର ଶତାଧିକ ବୁଦ୍ଧିଜୀବୀ ତଥା ସଂସ୍କୃତିପ୍ରେମୀ ଯୋଗ ଦେଇ ଏଭଳି ଏକ ପ୍ରୟାସ ଦ୍ୱାରା ଅଂଚଳରେ ଭାଇଚାରା ସୁଦୃଢ଼ ହେବ ବୋଲି ମତ ଦେଇଥିଲେ । ଏହା ପରେ ନୂଆଁଖାଇ ଭେଟର ସଂପୂର୍ଣ୍ଣ ରୂପରେଖ ତିଆରି କରାଯାଇଥିଲା । ନୂଆଁଖାଇ ଭେଟକୁ ସୁପରିଚାଳନା କରିବାକୁ ଏକ କମିଟି ଗଠନ କରାଯାଇଥିବା ବେଳେ କମିଟିର ସଭାପତି ଭାବରେ ତ୍ରିନାଥ ମେହେର, ଉପସଭାପତି ରଜନୀ ମାଝୀ, ଜିତେନ୍ଦ୍ର ମେହେର, ସୁଶାନ୍ତ କୁମାର , ଶୈଳେଶ ସା, ମନୋରଞ୍ଜନ ମେହେର, ସାନୁର୍ଯ୍ୟ ମେହେର ଓ ସମ୍ପାଦକ ପ୍ରଭାତ କୁମାର ମେହେର, ସହ ସଂପାଦକ ସନ୍ତୋଷ ନାୟକ, ନୀତିଶ ମେହେର, ସଂଜୀବ ଭକ୍ତ, ଅରୁଣ ମେହେର, ସୁନିଲ ମେହେର , ରାଜୁ ମାଝୀ ଏବଂ କୋଷାଧ୍ଯକ୍ଷ ଭାବରେ ରଶ୍ମିରଞ୍ଜନ ସା ଙ୍କୁ ମନୋନିତ କରାଯାଇଛି । ସେହିଭଳି କମିଟିର ଉପଦେଷ୍ଟା ମଣ୍ତଳୀରେ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ୱରୁଧର ମେହେର, ଶଶିଭୂଷଣ ମାଝୀ, ଗଳାମଣି ସା, ନାରାୟଣ ପାତ୍ର, ନରହରି ମେହେର, ଚଂଦ୍ରଭାନୁ ସୁନାନୀ, ନବୀନ ଚଂଦ୍ର ମେହେର, ଈଶ୍ୱର ପ୍ରସାଦ ମେହେର, ମୋହନ ଦାଶ, ବୈଷ୍ଣବ ମେହେର, ପ୍ରିୟ ରଞ୍ଜନ ମେହେର, ସୂରଜ ମେହେର, ବୁଦ୍ଧଦେବ ମେହେର ପ୍ରମୁଖଙ୍କୁ ରଖାଯାଇଛି । ସେହିଭଳି କାର୍ଯ୍ଯକ୍ରମର ସଂପୂର୍ଣ୍ଣ ତଦାରଖ ଦାୟିତ୍ୱ ବେଣୁଧର ମେହେରଙ୍କୁ ଦିଆଯାଇଛି । ଏଥିସହ ବିଭାଗ ବଣ୍ଟନ କରାଯାଇ ଉପସ୍ଥିତ ସଦସ୍ଯ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା । ଶେଷରେ ଶୈଲେଶ ସା ସମସ୍ତଙ୍କୁ ଧନ୍ଯବାଦ ଦେଇ ଥିଲେ । ନୂଆପଡା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment