ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ସ୍ଥାନିୟ ନୂତନ ଟାଉନ ହଲ ଠାରେ ରୁମକୁଝୁମାନା ସୁବର୍ଣ୍ଣପୁର ତରଫରୁ ପ୍ରଥମ କରି ସମ୍ବଲପୁରୀ ଗୀତକୁ ନେଇ ଏକ କାର୍ଯ୍ୟକ୍ରମ ଭଏସ ଅଫ ସମ୍ବଲପୁରୀ ସିଜନ ୱାନ ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ସଂଙ୍ଗୀତ ନିର୍ଦ୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣ ସମ୍ବଲ ର ସନ୍ଥ ଶ୍ରୀ ମନୋହର ବାବା ଏବଂ ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ନାରାୟଣ ଲୁହା, ସଂଗ୍ରାମ କେଶରୀ ନାୟକ, ଶ୍ରୀବତ୍ସ ମଲ୍ଲିକ,ଶାନ୍ତନୁ କୁମ୍ଭକାର,ମେଘନାଦ ପ୍ରଧାନ,ଡ ଜ୍ୟୋତିରଞ୍ଜନ ବହିଦାର, ଡ ପ୍ରଫୁଲ୍ଲ ରଥ ଶ୍ରଦ୍ଧାଞ୍ଜଳି ମିଶ୍ର,ଅଜୟ ସୁବୁଦ୍ଧି, ଡ ଅନିରୁଦ୍ଧ କୁରକୁରିଆ, ଗୀତାଞ୍ଜଳି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଓଡିଶା ର ବିଭିନ୍ନ ପ୍ରାନ୍ତରୁ ଏଥିରେ ମୋଟ ୬୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ସଂଯୋଜକ ଭାବରେ ଭାଗିରଥି ମିଶ୍ର ଓ ଜନକ ସେଠ ପରିଚୟ ପ୍ରଦାନ କରିଥିଲେ ।
ସଙ୍ଗିତ ପରିଚାଳନାରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର,ପଦ୍ମ ଲୋଚନ ଦାଶ,ମାନି ଚକ୍ରବର୍ତ୍ତୀ,ତ୍ରିଲୋଚନ ସୁନା ଯୋଗଦେଇଥିବା ବେଳେ ଶ୍ରେଷ୍ଠ ବିଚାରକ ଭାବରେ ଡ ବ୍ୟାସଦେବ ପୁରୋହିତ,ରତନ ପୁଜାହାରୀ, ନୁର ବେଗମ, ଶତ୍ରୁଘନ ଲୁହା ଯୋଗଦାନ କରିଥିଲେ । ମହାଗୁରୁ ଭାବରେ ବରିଷ୍ଠ କଣ୍ଠଶିଳ୍ପୀ ବିଭୁତି ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବରେ ଗୀତିକାର ଯତୀନ୍ଦ୍ର ପ୍ରଧାନ, ଡ ଜୟଶ୍ରୀ ଧଳ' ଶୁଚିସ୍ମିତା ପୃଷ୍ଟି, ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ଉଦଯାପନି ସନ୍ଧ୍ୟା ରେ ସାତଜଣ ପ୍ରତିଯୋଗୀ ଭାଗିରଥି କୁମ୍ଭାର, ଅଙ୍କିତ ଷଡ଼ଙ୍ଗୀ, ଲିପିକା ସାହୁ, ଦୀପା ନାଗ, ମସ୍ତରାମ ସୁନା, ମହେନ୍ଦ୍ର ମହାନନ୍ଦ, ଶୋଭମ ସୋବି ନାୟକ, ଫାଇନାଲିଷ୍ଟ ଭାବେ ବିବେଚିତ ହୋଇଥିଲେ ଶେଷରେ ଶୋଭମ ସୋବି ନାୟକ ଭଏସ ଅଫ ସମ୍ବଲପୁରୀ ସିଜନ ୱାନ ର ବିଜେତା ହୋଇଥିଲେ କମଲେଶ ଚକ୍ରବର୍ତ୍ତୀ, ତ୍ରିଶୂଳ, ବିସିକେଶନ ଦୀପ, ଅଙ୍କିତ ରାଜ,ସୌଭାଗ୍ୟଲଷ୍ମୀ ଦାଶ ଚୁମକି ପାଢ଼ୀ ପ୍ରମୁଖ ଅତିଥି କଳାକାର ଭାବେ ଯୋଗଦେଇଥିଲେ । ଏଥିରେ ମାନଭଂଜନ ମିଶ୍ର, ବିଶ୍ଵଜୀତ ସାହୁ, ହିମାଂଶୁ ପଣ୍ଡା, ଭକ୍ତ ପ୍ରଧାନ, କୁନୁ ଖାନ, ସସ୍ମିତା ପରମଗୁରୁ,ତନିଶା ଅଗ୍ରୱାଲ, ରିୟା ପାଢ଼ୀ ଉଦଘୋଷକ ଉଦଘୋଷିକା ଭାବେ ଯୋଗଦେଇଥିଲେ । ବିଭୁତି ପଟ୍ଟନାୟକ ଙ୍କ ଗୀତ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା । ଶାଶ୍ୱତ ଙ୍କ ଏହି ମହତ ଉଦ୍ଦେଶ୍ୟ କୁ ଯତୀନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବା ବେଳେ ଏହା ଇତିହାସ ହେଇ ରହିବ ବୋଲି ରତନ ପୁଜାହାରୀ କହିଥିଲେ ଆଗାମୀ ବର୍ଷ ମାନଙ୍କରେ ବିଭିନ୍ନ ଜିଲ୍ଲାରେ ହେଉ ବୋଲି ମଧ୍ୟ ଅନୁରୋଧ କରିଥିଲେ ।
Post a Comment