ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି କ୍ଲଷ୍ଟର ରେ ନୀଳଜି ଉପ୍ରା ବିଦ୍ୟାଳୟ ଠାରେ ନେଶନାଲ ସ୍ପେସ ଡେ ପାଳିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିଲେ,ମୁଖ୍ୟ ଅତିଥିଭାବେ ନୀଳଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରାକେଶ ମିଶ୍ର ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସେବକ ରାମ ପାତ୍ର ଯୋଗଦାନ କରିଥିଲେ ।ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ମୁଖ୍ୟ ଅତିଥି ସ୍ପେ ଡେ ପାଳନ ର ଲକ୍ଷ ଉଦ୍ୟେଶ୍ୟ ବିଷୟରେ ବିଷଦ ଆଲୋଚନା କରିଥିଲେ ।ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଆୟୋଜିତ ହୋଇଥିବା ବିଜ୍ଞାନ, କୁଇଜ ଓ ଚିତ୍ରାଙ୍କନ ପ୍ରତି ଯୋଗିତାରେ ବିଜେତା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୁତ କରାଯାଇଥିଲା। ସଭା ଶେଷରେ ସହକାରି ଶିକ୍ଷକ ଶ୍ରୀ ପରମାନନ୍ଦ ମାଝୀ ଅତିଥି ମାନଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତା ଆୟୋଜନ କରିବାରେ ସହକାରୀ ଶିକ୍ଷକ ଶ୍ରୀ ଜଗନ୍ନାଥ ସୁନାନୀ ସହଯୋଗ କରିଥିଲେ ।ସିନାପାଲି ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସେଠ ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ ଓ ମନଧ୍ୟାନ ଦେଇ ପାଠ ପଢିଲେ ଭବିଷ୍ୟତ ରେ ଡାକ୍ତର, ଇଞ୍ଜିନିୟର, ଗବେଷକ ଓ ମହାକାଶ ଚାରି ଆଦି ହୋଇ ପାରିବେ ବୋଲି ଏହି ଅବସରରେ ନିଜର ବାର୍ତା ବିଦ୍ୟାଳୟ ମାନଙ୍କୁ ପ୍ରେରଣ କରିଥିଲେ।

Post a Comment