ବଲାଙ୍ଗିର :୨୫/୦୮ (ଗଣେଶ ଦାସ) ଡକାୟତି ଯୋଜନାକୁ ପଣ୍ଡ କଲା ଖପ୍ରାଖୋଲ ପୋଲିସ। ଡକାୟତି ମାନଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନା କରୁଥିବା ଛଅ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ଖପ୍ରାଖୋଲ ପୋଲିସ। ସୂଚନା ଅନୁସାରେ ଖପ୍ରାଖୋଲ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନା ଅଧିନସ୍ଥ କନଗାଁ ଖେଳ ପଡିଆଠାରେ ଅତର୍କିତ ଚଢଉ କରିଥିଲା ପୋଲିସ। ଶାନ୍ତିପୂର ସ୍ଥିତ କଟକିଆ ଘରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନା କରୁଥିବା ଛଅ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
ଅଭିଯୁକ୍ତଙ୍କର ତଲାସି ବେଳେ ପୋଲିସ ସେମାନଙ୍କ ହେପାଜତରୁ ଅପରାଧରେ ବ୍ୟବହାର୍ଯ୍ୟ ନିମ୍ନଦତ୍ତ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ସବୁକୁ ଜବତ କରିଥିଲେ ।ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଡକାୟତି ଯୋଜନା ନେଇ ନିଜର ଦୋଷ ସ୍ଵୀକାର କରିଥିଲେ ।ଡକାୟତି ମାନଙ୍କ ଠାରୁ ଗୋଟିଏ ହାତଚେତ,ଚାରିଟା ଲୁହା ରଡ଼,ତିନୋଟି କାଠ ମେରା, ଦଶଟା ମଦ ଭର୍ତ୍ତି ଜରି, ଗୋଟିଏ ମାଚିଶ ଡବା ଏବଂ ବ୍ୟବହାର ଗଞ୍ଜେଇ ଚିଲମ, ଗୋଟିଏ ଲାଲ ଗ୍ଲାମର ଗାଡି ନଂ. OD17V4948,ଗୋଟିଏ ହିରୋ ସିଡ଼ି ଡୀଲକ୍ସ ଗାଡି ନଂ. OD03K7104,ଗୋଟିଏ ଭୁଜାଲି, ଲାଭା କିପେଡ ମୋବାଇଲ, ଦୁଇଟି ରିଅଲମି ମୋବାଇଲ ଓ ଗୋଟିଏ ଇନଫିନିକ୍ସ ମୋବାଇଲ ଜବତ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଉମାକାନ୍ତ ଡିଲା (24), ରଖି ମିର୍ଦ୍ଧା (24),ଅଜୟ ମିର୍ଦ୍ଧା ( 20),ସୁଜିତ ବରିହା (23),ସୋମନାଥ ମଲ୍ଲିକ (22),ଗୋପୀନାଥ ମିର୍ଦ୍ଧା (22) ସମସ୍ତେ ପାଟଣାଗଡ ଥାନା ପଣ୍ଡାମୁଣ୍ଡା ଗାଁର ବୋଲି ସୂଚନା ମିଳିଛି । ଏନେଇ ଖପ୍ରାଖୋଲ ପୋଲିସ କେଶ ନଂ 202/24.U/S 310(4)/310(5) ବିଏନଏସ ଆରଡବ୍ଲୁ ସେକ. 25 ଆର୍ମ ଅଧିନୀୟମ ଅନୁଯାୟୀ ଗିରଫ କରିଥିବା ସୂଚନା ମିଳିଛି ।
Post a Comment