ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଇସିଡିଏସ୍ ସାମ୍ନା ରେ ଆଜକୁ ୯ବର୍ଷ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଏସସି ଏସଟି ଛାତ୍ରୀ ନିବାସ ନିର୍ମାଣ ହୋଇ ଭୁତକୋଠି ପାଲଟିଛି। ଯାହା ଫଳ ରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ହେଲେ ପ୍ରଶାସନ ର ନଜର ଅଛି ନା ସରକାର ଙ୍କ ନଜର ଅଛି l ନୂଆପଡା ସିନାପାଲି ରୁ ଦେଖିବା ଏହି ରିପୋର୍ଟ ସରକାର ଗରିବ ନିରିହ ଏସସି ଏସଟି ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ନିମନ୍ତେ ଅନେକ ପ୍ରକାରର ପଦକ୍ଷେପ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ କର୍ମଚାରୀ ମାନଙ୍କ ଖାମଖିଆଲୀ ମନୋଭାବ ପାଇଁ ଶିକ୍ଷା ର ବିକାଶ ଆଗେଇ ପାରୁନାହିଁ। ସରକାର ଏହି ଏସସି ଏସଟି ଛାତ୍ରୀ ମାନଙ୍କ ପାଇଁ ରହିବା ଖାଇବା ପାଠପଢିବା ତଥା ସମସ୍ତ ପ୍ରକାର ର ସୁବିଧା କରୁଛନ୍ତି। ହେଲେ କିଛି ଦୁର୍ନିତୀ ଖୋର ପ୍ରଶାସନିକ ଅଧିକାରୀ କର୍ମଚାରୀ ପାଇଁ ସେହି ସରକାରୀ ସୁବିଧା ପାଇବାରୁ ଛାତ୍ରୀ ମାନେ ବଞ୍ଚିତ ରହୁଛନ୍ତି। ପ୍ରକାଶ ଯେ ସିନାପାଲି ବ୍ଲକ ଆଇସିଡିଏସ୍ ସାମ୍ନା ରେ ଦିର୍ଘ ବର୍ଷ ହେଲା ୧ଶହ ଶଯ୍ୟା ବିଶିଷ୍ଟ ଏସସି ଏସଟି ଛାତ୍ରୀ ନିବାସ ଲକ୍ଷ୍ଯ ଲକ୍ଷ୍ଯ ଟଙ୍କା ରେ ନିର୍ମାଣ ହୋଇଛି। ହେଲେ ଠିକାଦାର ଙ୍କ କିଛି ବିଲ୍ ଟଙ୍କା ରହି ଯାଇଥିବାରୁ ଏଯାଏଁ ଏହି ନିବାସ ପ୍ରଶାସନ କୁ ହସ୍ତାନ୍ତର କରାଯାଇନାହିଁ। ଯାହା ଫଳ ରେ ଏଠାରେ ରହି ପାଠ ପଢୁଥିବା ଛାତ୍ରୀ ମାନେ ଅନ୍ୟ ଏକ ସରକାରୀ ବିଲ୍ଡିଂ ରେ ରହି ଶିକ୍ଷା ଦାନ କରୁଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ପ୍ରାପ୍ତ ଖବର ଅନୁସାରେ ଏଠାରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ରହି ପାଠ ପଢୁଛନ୍ତି। ଏହି ଏସସି ଏସଟି ଛାତ୍ରୀ ନିବାସ ୫୦ ଲକ୍ଷ୍ଯ ଟଙ୍କା ରେ ନିର୍ମାଣ ହୋଇଥିଲା। ହେଲେ ସେହି ଟଙ୍କା ଭିତରୁ କେବଳ ମାତ୍ର ୭ ଲକ୍ଷ୍ଯ ଟଙ୍କା ଠିକାଦାର ଙ୍କୁ ଆଜି ପର୍ଯ୍ୟନ୍ତ ମିଲିନାହି। ଯାହା ଫଳ ଆଜିବି ଏହି ଲକ୍ଷ୍ଯ ଲକ୍ଷ୍ଯ ଟଙ୍କା ରେ ନିର୍ମାଣ ଛାତ୍ରୀ ନିବାସ ଭୁତକୋଠି ପାଲଟି ଯାଇଛି। ଏଭଳି ବିଲ୍ଡିଂ ସମସ୍ୟା ରହିଥିବାରୁ ଛାତ୍ରୀ ମାନେ ଅସୁବିଧା ର ସମ୍ମୁଖିନ ହେଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ଏନେଇ ସିନାପାଲି ବିଡିଓ ଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment