ସଡ଼କ ଦୁର୍ଘଟଣା କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ।ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ କୁରୁମପୁରୀ ୩୫୩ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ କୋମନା ବ୍ଲକ ସାହାଜଟ ଗାଁ ର ବିକାଶ ପ୍ରଧାନ ଙ୍କ ମୃତ୍ୟୁ ଘଟିଥିଲା ।ଜିଲ୍ଲାରେ ଦିନ ଦିନ କୁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି ତେଣୁ ଆଜି ନୂଆପଡ଼ା ଆରଟିଓ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ନୂଆପଡ଼ା ଏମଭିଆଇ ବିଜୟ ବେହୁରି ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି କୁରୁମପୁରୀ ଠାରେ ଜୋର ଦାର ଗାଡ଼ି ଚେକିଂ ଚାଲିଛି । ଯେଉଁ ଗାଡ଼ି ଚାଳକ ମାନେ ମଦ୍ୟପାନ କରି ଗାଡ଼ି ଚାଳନା,ବିନା ଲାଇସେନ୍ସ,ବିନା ହେଲମେଟ ତଥା ସମସ୍ତ ସୁରକ୍ଷା ଦୃଷ୍ଟି କୁ ନେଇ ନିୟମ ର ଅବମାନନା କରୁଥିବା ଚାଳକ ମାନଙ୍କ ଠାରୁ ଫାଇନ କରିବା ସହ କେତେକ ସ୍ଥଳେ ଗାଡ଼ି ମଧ୍ୟ ସିଜ୍ କରିବା ଦେଖିବାକୁ ମିଳିଛି । ଏ ଭଳି ପଦକ୍ଷେପ ଆଗାମୀ ଦିନରେ ରେ ମଧ୍ୟ ଲାଗି ରହିବ ବୋଲି କହିଛନ୍ତି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment