ନୂଆପଡ଼ା ଜିଲ୍ଲା ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ବରିଷ୍ଠ ସାମ୍ବାଦିକ ତପନ ଦାଶ ଯୋଗ ଦେଇ ନୂତନ ଅପରାଧିକ ଆଇନ ଦେଶର ନାଗରିକଙ୍କୁ ପ୍ରାଥମିକତା ଦେଇ ନ୍ୟାୟ ପ୍ରଦାନ ଦିଗ ରେ କାର୍ଯ୍ୟ କରିବା ବୋଲି ମତବ୍ୟକ୍ତ କରିଥିଲେ। ସଭା ରେ ଉପ-କାରାଗାର ଅଧିକ୍ଷକ ବଳରାମ ବିଶି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ କାରରକ୍ଷୀ, ମନୋଜ କୁମାର ଦାସ ଏବଂ କାରରକ୍ଷୀ ଦୟାନିଧି ଜାନୀ ଯୋଗ ଦେଇଥିବା ବେଳେ ସାମ୍ବାଦିକ ଓମ ପ୍ରକାଶ ଚୌଧୁରୀ ଯୋଗ ଦେଇଥିଲେ। ଜେଲ ପରିସର ମଧ୍ୟରେ ଥିବା ଜେଲ ଅନ୍ତେବାସୀ ମଧ୍ୟ ନୂତନ ଅପରାଧିକ ଆଇନ ସମ୍ପର୍କ ରେ ଅବଗତ ହେବା ରେ ସୁଯୋଗ ମିଳିଥିବା ବେଳେ ଆଇନ ବିଷୟ ରେ ସଚେତନ ହେଲେ ଅପରାଧ ନିୟନ୍ତ୍ରଣ ହେବ ବୋଲି ମତ ପ୍ରକାଶ ପାଇଅଛି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment