ବିଦ୍ୟୁତ ଆଘାତରେ ପରିବାରର ତିନି ଜଣଙ୍କ ମୃତ୍ୟୁ


ହରଭଙ୍ଗା.(ସୁଶାନ୍ତ କୁମାର ବେହେରା) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମତେ ଆଜି ସକାଳ 5ଟା ସମୟରେ ସୁଶୀଲ ବେହେରା(୨୧), ସୁକାନ୍ତି ବେହେରା(୩୦), ସୋହନ ବେହେରା (୧୧)ସୋଇଥିବା ବେଳେ କୋଣସି କାରଣ ରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲେ ।ଘର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ତିନିଜଣଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ମେଡ଼ିକାଲ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

Post a Comment

Previous Post Next Post